
ବାଲେଶ୍ୱର ଜିଲ୍ଲା ଦାୟିତ୍ୱରେ ଥିବା ପୂର୍ବତନ ସାଂସଦ ଇଂ. ରବୀନ୍ଦ୍ର କୁମାର ଜେନାଙ୍କ ନିର୍ଦେଶ କ୍ରମେ ‘ଓଡ଼ିଶା ମୋ ପରିବାର’ର ଜିଲ୍ଲା ସଂଯୋଜକ ମହମ୍ମଦ ସାହିରୂଲ ହକ୍ ଏବଂ ବିଜୁ ଛାତ୍ର ଜନତା ଦଳର ଜିଲ୍ଲା ସଭାପତି ସିମନ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଲଗାତାର ୪ ଦିନ ଧରି ଜିଲ୍ଲା ର ପାଞ୍ଚ ଗୋଟି ପରୀକ୍ଷା କେନ୍ଦ୍ରରେ ବିଜୁ ଛାତ୍ର ଜନତା ଦଳର କର୍ଯ୍ୟକର୍ତା ମାନେ ପରୀକ୍ଷାର୍ଥୀ ମାନଙ୍କୁ ବିଭିନ୍ନ ପ୍ରକାର ସାହାଯ୍ୟ ସହଯୋଗ କରି ଆସୁଛନ୍ତି।
ସେହି କ୍ରମରେ ଆଜି ବାଲେଶ୍ୱର କୁରୁଡ଼ା ସ୍ଥିତ ଏ.ବି.ଏ. କଲେଜରେ ଛାତ୍ରନେତା ବ୍ରଜ କିଶୋର ପ୍ରଧାନ ଏବଂ ଆଇଓନ୍ ଡିଜିଟାଲ ଜୋନ୍ ରେ ଛାତ୍ର ନେତା କୁଶାଲ ଚାଟାର୍ଜୀଙ୍କ ନେତୃତ୍ୱରେ ବାଲେଶ୍ୱର ଜିଲ୍ଲା ର ଅନେକ ଛାତ୍ରନେତା ଏହି ସ୍ବେଚ୍ଛାସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିରଣ ନାଥ, ରାହୁଲ ନାୟକ, ବିଶ୍ୱଜିତ ମହାନ୍ତି, ଚିନ୍ମୟ ମହାନ୍ତି, ସୁରଜ ସାହୁ, ସବ୍ୟସାଚୀ ପୃଷ୍ଟି, ତନବୀର କାଦ୍ରୀ, ଜୀବନ ସଂଗ୍ରାମ ମିଶ୍ର, ସୁଭମ ନାୟକ, ଦେବବ୍ରତ ଭୂୟାଁ, ମହେଶ ଦତ୍ତ, ନରୋତ୍ତମ ଦାସ, ଜଗତ ଜୀବନ ମହାନ୍ତି, ବିକ୍ରମ ପଣ୍ଡା, ଇବ୍ରାର ହୁସେନ, ୱଲାୟତ କାଦ୍ରୀ, ବିକ୍ରମ ସାମଲ, ଦେବଦର୍ଶୀ ପୃଷ୍ଟି ଆଦି ଛାତ୍ରନେତା ଯୋଗ ଦେଇଥିଲେ।
ପରୀକ୍ଷାର୍ଥୀମାନଙ୍କୁ ପାଣି ବୋତଲ, ଶୁଖିଲା ଖାଦ୍ୟ, ସାନିଟାଇଜର ଆଦି ପ୍ରଦାନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୬ ତାରିଖ ଯାଏଁ ଚାଲିବ।