-
ଅଭିଯୋଗ ଯେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣରେ କ୍ଷତିଗ୍ରସ୍ତ ପରିବାର ହୋଇନାହିଁ ଥଇଥାନ,
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ଶ୍ରୀମନ୍ଦିର ଚତୁର୍ପାଶ୍ୱ ୭୫ ମିଟର ସୌନ୍ଦର୍ଯ୍ୟକରଣ ର ପ୍ରଲୋଭନ ଦେଖାଇ ଜମି ଲୋକଙ୍କ ଠାରୁ ଜମି ଅଧିଗ୍ରହଣ କରିନେଲେ ସରକାର |ହେଲେ ୮ ମାସ ବିତିଗଲାଣି ହେଲେ କ୍ଷତିଗ୍ରସ୍ତ ପରିବାରକୁ କରାଯାଇନାହିଁ ଥଇଥାନ | ସେହି ସ୍ଥାନରୁ ରୋଜଗାର କରି ଚାଳୁଥିବା ପରିବାର ପାଇଁ ରୋଜଗାର ନିମନ୍ତେ ସାହାଯ୍ୟ ର କୌଣସି ବନ୍ଦୋବସ୍ତ କରିନାହାନ୍ତି | ଅସନ୍ତୋଷ ପ୍ରକାଶ କରି ଲିଖିତରେ ଗଣମାଧ୍ୟମ ସୂଚନା ପ୍ରଦାନ କରିଛନ୍ତି ଯେ ଶ୍ରୀ ସୂର୍ଯ୍ୟନାରାୟଣ ସିଂହାରୀ ଓରଫ ପୁଷ୍ପାଳକ, ପିତା:ଗଦାଧର ସିଂହାରୀ, ସା: ମଣିକର୍ଣ୍ଣିକା ସାହି, ଥା: ଟାଉନ ଥାନା, ପୋଷ୍ଟ: ପୁରୀ, ଜିଲ୍ଲା: ପୁରୀ ରେ ମୋର ଘର ଅଟେ । ମୋତେ ମିଶାଇ ମୋର ଚାରି ଭାଇ ଓ ଏକମାତ୍ର ଭଉଣୀ ଅଛନ୍ତି । ଆମ୍ଭ ପିତା ମୃତ ଶ୍ରୀv ଗଦାଧର ସିଂହାରୀ ଓ ଭାଇ ମୃତ ଦୀନବନ୍ଧୁ ସିଂହାରୀଙ୍କ ନାମରେ କିଛି ଜାଗା ଓ ଦୋକାନ ଘର ଗାଣ୍ଡୁଆ ଚଉରା ଛକ ଓ ମଣିକର୍ଣ୍ଣିକା ସାହିରେ ଅବସ୍ଥିତ ଥିଲା । ଯାହାକି ଶ୍ରୀମନ୍ଦିର ୭୫ ମିଟର କରିଡୋରରେ ଆସୁଥିଲା । ଯାହାକୁ ତା୦୨.୧୨,୨୦୧୯ରିଖ ଠାରୁ ଆମ୍ଭଠାରୁ ପୁରୀ ପ୍ରଶାସନ କିଣି ନେଇଛନ୍ତି । ଏଥିପାଇଁ ପ୍ରଶାସନର ୨ଟି ଯୋଜନା ଥିଲା ଗୋଟିଏ ହେଲା ବିକ୍ରି ପାଇଁ ଉପଯୁକ୍ତ କ୍ଷତିପୂରଣ ଦେବା ଓ ଦ୍ବିତୀୟଟି ଓଡିଶା ସରକାର ପ୍ରଦାନ କରିଥିବା ଥଇଥାନ ବନ୍ଦୋବସ୍ତ କରିବା । ଆମ ସମସ୍ତ ଅଂଶୀଦାର ମାନଙ୍କୁ କ୍ଷତିପୂରଣ ବାବଦ ଟଙ୍କା ଚେକ ମାଧ୍ୟମରେ ଅଲଗା ଅଲଗା ତା ୦୨.୧୨.୨୦୧୯ ରିଖ ଠାରୁ ପ୍ରଶାସନ ପ୍ରଦାନ କରି ସାରିଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଆମର ଥଇଥାନ ସୁବିଧା, କିମ୍ବା ରୋଜଗାର ନିମନ୍ତେ ସାହାଯ୍ୟ ର କୌଣସି ବନ୍ଦୋବସ୍ତ କରିନାହାନ୍ତି । ଏଥିପାଇଁ ଆମେ ବହୁବାର ମାନ୍ୟବର ଜିଲ୍ଲାପାଳ ଓ ଭୁଅର୍ଜନ କାର୍ଯ୍ୟାଳୟକୁ ଗଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଦୀର୍ଘ ୮ ମାସ ହେବ ଆମର ସମସ୍ତ ରୋଜଗାର ମାଧ୍ୟମକୁ ବନ୍ଦ କରି ଆମକୁ ରୋଜଗାର ନିମନ୍ତେ କୌଣସି ସହାୟତା ଆମକୁ ପ୍ରଦାନ ନକରି ଆମର ସମସ୍ତ ଜାଗା ଓ ଦୋକାନ ଘରକୁ ଆମ୍ଭର ବାରମ୍ବାର ମନା କରିବା ସତ୍ୱେ ପ୍ରଶାସନ ଭାଙ୍ଗିଦେଲେ। ଆମ ଘରେ ମୋର ଜଣେ ମାନସିକ ଶାରୀରିକ ଭାବେ ଅସୁସ୍ଥ ଜଣେ ବଡଭାଇ ଅଛନ୍ତି ଓ ମୁଁ ନିଜେ ମଧ୍ୟ ଶାରୀରିକ ଭାବେ ଅସୁସ୍ଥ ବ୍ୟକ୍ତି । ତେଣୁ ଆମେ ମିଡିଆ ମାଧ୍ୟମରେ ପ୍ରଶାସନକୁ ଅନୁରୋଧ କରୁଅଛୁ କି ଆମର ପାଇଁ ରୋଜଗାରର ସହାୟତା ପ୍ରଦାନ କଲେ ଆମେ ବହୁତ ଉପକୃତ ହେବୁ ।