
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ପୁରୀଜିଲ୍ଲା ପ୍ରଶାସନ ତରଫରୁ କରୋନା କଟକଣା ନିୟମ ମାନି ପୂର୍ବ ମାସ ପର୍ଯ୍ୟନ୍ତ ସମୁଦ୍ର କୂଳସ୍ଥିତ ସ୍ୱର୍ଗଦ୍ୱାର ରେ ପୁରୀ ବ୍ୟତୀତ ଅନ୍ୟ ମାନଙ୍କ ଶବଦାହ ଉପରେ କଟକଣା ଲଗାଇଥିଲେ |ଏହାକୁ ସେପ୍ଟେମ୍ବର ୩0 ସେପ୍ଟେମ୍ବର ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ବଢ଼ାଇ ଦେଇଛନ୍ତି |ସୂଚନା ଅନୁସାରେ ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବ ମନ୍ତ୍ରୀ ଓ ବିଧାୟକ ବିଷ୍ଣୁ ଦାସଙ୍କ ଅନ୍ତିମ ସଂସ୍କାର ପୁରୀ ସ୍ୱର୍ଗଦ୍ୱାର ରେ ହେବା ସମୟରେ ବିଜୁ ଜନତା ଦଳର ହଜାରରୁ ଅଧିକ ସଂଖ୍ୟରେ ସମର୍ଥକ ଉପସ୍ଥିତ ଥିଲେ |ଏହି ବିଷୟରେ ପ୍ରଚାର ମାଧ୍ୟମରେ ଖବର ପ୍ରାପ୍ତ ହେବା ପରେ ଜିଲ୍ଲାପାଳ ବଲୱନ୍ତ ସିଂ ତାପର ଦିନଠାରୁ ପୁରୀ ବାହାର ଲୋକଙ୍କୁ ସ୍ୱର୍ଗଦ୍ୱାରରେ ଶବଦାହ ଉପରେ ରୋକ ଲଗାଇଥିଲେ |ଏହି ବିଷୟରେ ସମସ୍ତ ତହସିଲଦାର, ବି.ଡ଼ି. ଓ, ଥାନା ଅଧିକାରୀ, ନଗରପାଳିକା କାର୍ଯ୍ୟକାରୀ ଅଧିକାରୀ ମାନଙ୍କୁ ସୂଚନା ଦିଆଯାଇଥିଲା |ଜିଲ୍ଲାପାଳ ୧ ଅଗଷ୍ଟ ଠାରୁ ୩୧ ଅଗଷ୍ଟ ପର୍ଯ୍ୟନ୍ତ ଶବଦାହ ଉପରେ ରୋକ ଲଗାଇଥିଲେ|ଆଜି ୧ ସେପ୍ଟେମ୍ବର ରେ ଆଉ ଏକ ନିର୍ଦେଶ ନାମାରେ ଜିଲ୍ଲାପାଳ ଏହାକୁ ୩0 ସେପ୍ଟେମ୍ବର ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି |ପୂର୍ବରୁ ସୂଚନା ଦିଆଯାଇଥିବା ଅଧିକାରୀ ମାନଙ୍କୁ ପୁନର୍ବାର ସୂଚନା ଦିଆଯିବା ସହିତ ଏହାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି |