
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ- ୩୧ତାରିଖ କୋରନା ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ମୋଟ ୨୦୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭଞ୍ଜନଗର ରେ ଗତକାଲି କେହି ଆକ୍ରାନ୍ତ ନଥିବା ବେଳେ ଆଜି ୧୮ଜଣ ପଜିଟିଭ ରହିଛନ୍ତି।ସେଥିରେ ଭଞ୍ଜନଗର ଏନ.ଏ.ସିର କଳିଙ୍ଗ ନଗର ରୁ ୨ଜଣ,ଏଲ.ଆଇ.ସି କଲୋନୀ, କଲେଜ ରୋଡ଼, ଆଦେନି କଲୋନୀ, ବାଗଦେବୀ ରୋଡ଼,ମନ ଇଚ୍ଛା ସାହି ଓ ଭଞ୍ଜନଗର ଅଞ୍ଚଳ ର ଜଣେ ଲେଖାଏଁ ଥିବା ବେଳେ ଏହି ବ୍ଲକ ବାଇବାଲି ରୁ ୩ଜଣ,ଗାଲେରୀ ର ୨ଜଣ, ତିଳିସିଙ୍ଗି,ବାଉଁଶ ଲୁଣ୍ଡି, ଲଣ୍ଡେଇ ସାହି, ମୁଜାଗଡ଼ ଓ ଲେମ୍ଭେଇ ଗ୍ରାମର ଜଣେ ଲେଖାଏଁ ଥିବା ଜଣାପଡ଼ିଛି।