
ମାଲକାନଗିରି – ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଓର୍କେଲ ଗ୍ରାମର ନଣ୍ଡା ହରିଜନଙ୍କ ପୁଅ ଶିବ ହରିଜନ ଚଳିତ ଯୁକ୍ତ ଦୁଇ ଶ୍ରେଣୀରେ ସେ ୮0ପ୍ରତିଶତ ମାର୍କ ରଖି ପାସ କରିଛନ୍ତି । ସେ ମାଲକାନଗିରି ଜିଲ୍ଲା ବାଲିମେଳା କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ନେଇ ପାଠ ପଢୁଥିଲେ । ଉଚ୍ଚ ଶିକ୍ଷା ପାଇଁ ଲକ୍ଷ୍ୟ ରଖିଥିଲେ ମଧ୍ୟ ଗରିବ ପରିବାରୁ ବାପା ଦିନ ମଜୁରିଆ ଭାବେ କାମ କରନ୍ତି । ତେଣୁ ସେ ଅର୍ଥ ଯୋଗାଡ କରିପାରୁନାହାନ୍ତି । ପ୍ରକାଶ ଥାଉକି ସେ ଦଶମ ଶ୍ରେଣୀ ପରୀକ୍ଷାରେ ମଧ୍ୟ ୮୩ପ୍ରତିଶତ ମାର୍କ ରଖି ପାସ କରିଥିଲେ । ଏହି ଅଞ୍ଚଳରେ ସେ ଜଣେ ମେଧାବୀ ଛାତ୍ର ଭାବେ ବେଶ ଜଣାଶୁଣା । ସେ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି । ହେଲେ ଅର୍ଥାଭାବ ତାଙ୍କୁ ଆଗକୁ ବଢିବାକୁ ଦେଉନାହିଁ । ଏ ସମ୍ପର୍କରେ ମାଲକାନଗିରିର ସମାଜସେବୀ ସନ୍ତୋଷ କୁମାର ଖେମୁଡୁ ଜାଣିବା ପରେ ପହଞ୍ଚିଥିଲେ କାଲିମେଳା ତହସିଲଦାର ଅଲୋକ କୁମାର ଅନୁଗୁଳିଆ ପାଖରେ । ସେ ଜଣେ ମେଧାବୀ ଛାତ୍ର ବୋଲି ସ୍ଥାନୀୟ ଅଞ୍ଚଳର ଲୋକେ କହିଥିଲେ । ତୁରନ୍ତ ଶିବ ଙ୍କୁ ଉଚ୍ଚ ଶିକ୍ଷା ପାଇଁ ଯୁକ୍ତତିନି ବିଜ୍ଞାନ ରେ ନାମଲେଖାଇବା ପାଇଁ ବର୍ତ୍ତମାନ ଆର୍ଥିକ ସହାୟତା ପ୍ରଦାନ କରିବା ସହ ତାଙ୍କର ତାଙ୍କର ଆଗକୁ ସମସ୍ତ ପଢିବା ଖର୍ଚ୍ଚ ବହନ କରିବେ ବୋଲି କହିବାସହ ତାର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସେ ନିଶ୍ଚୟ ନିଜର ଲକ୍ଷ୍ୟରେ ପହଞ୍ଚିବେ ବୋଲି ଆଶୀର୍ବାଦ ମଧ୍ୟ ଦେଇଥିଲେ । ଆବଶ୍ୟକ ହେଲେ ସେ ଆଗକୁ ମଧ୍ୟ ସହଯୋଗର ହାତ ବଢ଼ାଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ଏହିପରି କାଲିମେଳା ତହସିଲଦାର ଅଲୋକ କୁମାର ଅନୁଗୁଳିଆ ଜିଲ୍ଲାର ଅସହାୟ ଓ ଗରିବ ଲୋକଙ୍କୁ ସହଯୋଗ କରିଆସୁଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO