-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଖୋର୍ଧା ଜିଲ୍ଲାରେ ୬୬୬ଟି ନୂଆ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ୧୭୪୨୮ ହୋଇଛି । ସେହିପରି ଗଂଜାମ ଜିଲ୍ଲାରେ ୨୦୭ କରୋନା ମାମଲା ସାମନାକୁ ଆସିବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୮୦୬୯ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୯୦୯, ବାଲେଶ୍ୱର ଜିଲ୍ଲାରେ ୩୭୪୦, ବରଗଡ ଜିଲ୍ଲାରେ ୨୨୧୦, ଭଦ୍ରକ ଜିଲ୍ଲାରେ ୨୭୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୧୮୫୨ . ବୌ ଦ୍ଧ ଜିଲ୍ଲାରେ ୬୧୮, କଟକ ଜିଲ୍ଲାରେ ୮୫୯୪, ଦେବଗଡ ଜିଲ୍ଲାରେ ୨୦୮, ଢେଙ୍କାନାଳ ଜିଲ୍ଲାରେ ୧୭୫୯. ଗଜପତି ଜିଲ୍ଲାରେ ୨୮୭୭, ଜଗତସିଂହପୁର ଜିଲ୍ଲାରେ ୧୯୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୩୮୭୮ , ଝାରସୁଗୁଡା ଜିଲ୍ଲାରେ ୧୩୨୦, କଳାହାଣ୍ଡି ଜିଲ୍ଲାରେ ୧୪୧୫, କନ୍ଧମାଳ ୨୨୨୫, କେନ୍ଦ୍ରାପଡା ଜିଲ୍ଲାରେ ୧୮୮୨, କେନ୍ଦୁଝର ଜିଲ୍ଲାରେ ୧୯୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୩୬୨୫ , ମାଲକାନଗିରି ଜିଲ୍ଲାରେ ୨୪୦୫, ମୟୁରଭଂଜ ଜିଲ୍ଲାରେ ୩୬୭୫. ନବରଙ୍ଗପୁର ଜିଲ୍ଲାରେ ୧୧୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୩୦୫୩, ନୂଆପଡା ଜିଲ୍ଲାରେ ୫୦୯ , ପୁରୀ ଜିଲ୍ଲାରେ ୩୬୩୬, ରାୟଗଡା ଜିଲ୍ଲାରେ ୪୮୩୬. ସମ୍ବଲପୁର ଜିଲ୍ଲାରେ ୨୯୦୬ . ସୁବର୍ଣପୁର ଜିଲ୍ଲାରେ ୭୨୦ ଓ ସୁନ୍ଦରଗଡ ଜିଲ୍ଲାରେ ୪୪୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।