ଗଞ୍ଜାମ– ପ୍ରଶାସନିକ ନିର୍ଦ୍ଦେଶ ପ୍ରକାରେ ସେପ୍ଟେମ୍ବର ପହିଲାରୁ ଅର୍ଥାତ୍ ଆଜିଠୁ ଗଞ୍ଜାମ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କୁ ଯିବା ପାଇଁ ଅନୁମତି ମିଳିଛି । ଫଳରେ ଜନସାଧାରଣ ନିଜ ନିଜର କାର୍ଯ୍ୟ ସମ୍ପାଦନ ପାଇଁ ବିଭିନ୍ନ କାର୍ଯ୍ୟଳୟକୁ ଯାଉଥିବା ଦେଖିବାକୁ ମିଳିଛି । ତେବେ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ମୁହଁରେ ମାସ୍କ ପରିଧାନ, ସାନିଟାସେନ ଓ ସାମାଜିକ ଦୂରତା ରକ୍ଷା ନିମନ୍ତେ ବାଧ୍ୟତାମୂଳକ କରାଯାଇଛି । ପ୍ରକାଶ ଥାଉ କି, କରୋନା କଟକଣାକୁ ନେଇ ଗତ ପ୍ରାୟ ଏକ ମାସେ ହେଲା ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଜନସାଧାରଣଙ୍କ ଯିବା ଆସିବା ସମ୍ପୂର୍ଣ୍ଣ ନିଷେଧ ରହିଥିଲା ।
Related Stories
November 23, 2024