
ରାଜ୍ୟ ସରକାର ଗରୀବ ଓ ଅସହାୟ ଲୋକଙ୍କ ନିମନ୍ତେ ବିଭିନ୍ନ ସ୍ଥାନରେ ଆହାର କେନ୍ଦ୍ର ସବୁ ଖୋଲି ସେଠାରେ ୫ଟଙ୍କା ମୂଲ୍ୟରେ ଖାଦ୍ୟ ଯୋଗାଇବା ବ୍ୟବସ୍ଥା କରିଛନ୍ତି।ଯାହା ଫଳରେ କମ ଦାମରେ ଗରୀବ ଲୋକମାନେ ଖାଦ୍ୟ ପାଇ ଉପକୃତ ହେଉଛନ୍ତି।ଏଥି ନିମନ୍ତେ ବିଭିନ୍ନ ଆହାର କେନ୍ଦ୍ରର ସୁପରିଚାଳନା ପାଇଁ କେତେକ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।ବର୍ତ୍ତମାନ ସରକାର ସମସ୍ତ ଆହାର କେନ୍ଦ୍ରରେ କାର୍ଯ୍ୟରତ କେତେକ କର୍ମଚାରୀଙ୍କୁ ବହିଷ୍କାର କରି ସେହି ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ନିଯୁକ୍ତି ଦେଇ ସେହି ଦାୟିତ୍ୱ ତୁଲାଇବା ପାଇଁ ସ୍ଥିର କରିଛନ୍ତି।ସେଥିପାଇଁ ସେମାନଙ୍କୁ ତାଲିମ ମଧ୍ୟ ଦିଆ ସରିଲାଣି।

କେବଳ ସରକାରୀ ନିର୍ଦ୍ଦେଶ କୁ ଅପେକ୍ଷା ଥିବା ବେଳେ ପୂର୍ବରୁ କାର୍ଯ୍ୟରତ କର୍ମଚାରୀ ମାନେ ନିଜ ଭବିଷ୍ୟତ କୁ ନେଇ ଚିନ୍ତାରେ ଦିନ କାଟୁଛନ୍ତି।ଦୀର୍ଘ ୪ବର୍ଷ ହେଲାଣି ସେମାନେ କାର୍ଯ୍ୟ କରି ଆସୁଥିବା ବେଳେ ବର୍ତ୍ତମାନ ସମୟରେ ଚାକିରୀ ହରାଇ ଚଳିବେ କେମିତି। ଏଭଳି ସ୍ଥିତିରେ ସେମାନଙ୍କ ସମସ୍ୟା ଓ ଥଇଥାନ ପାଇଁ ଆଜି ଭଞ୍ଜନଗର, ଆସିକା, ସୋରଡ଼ା, ବେଲଗୁଣ୍ଠା,ହିଂଜିଳି କାଟୁ ଓ କବିସୂର୍ଯ୍ୟ ନଗର ଆହାରକେନ୍ଦ୍ରର କର୍ମଚାରୀ ମାନେ ଏସମ୍ପର୍କ ରେ ଏକ ଦାବିପତ୍ର ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ଙ୍କୁ ପ୍ରଦାନ କରିଥିଲେ।
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ରୁ ଜୟକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ….
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO