ମାଲକାନଗିରି – ଆଜି ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା କୋରୁକୋଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କାର୍ଯ୍ୟାଳୟ ପରିସର, କୋରୁକୋଣ୍ଡା ଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ତଥା ବିଚାରପତି ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ଶ୍ରୀ ଅମରେଶ ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋରୁକୋଣ୍ଡା ଶ୍ରୀ ଦାଶରଥି ସରୁବୁ, ଆଇନଜୀବୀ ତଥା ଶିଶୁ ମଙ୍ଗଳ କମିଟିର ସଦସ୍ୟ ଶ୍ରୀ ଦୀନବନ୍ଧୁ ଦାସ, କୋରୁକୋଣ୍ଡା ଚିକିତ୍ସାଳୟର କର୍ମଚାରୀ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକଙ୍କ ସକାଶେ ଉଦ୍ଦିଷ୍ଠ ବିଭିନ୍ନ ଆଇନ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଶିବିରର ପରବର୍ତୀ ସମୟରେ ବରିଷ୍ଠ ନାଗରିକଙ୍କ ସକାଶେ ସ୍ୱାସ୍ଥ୍ୟ ସେବା ଏବଂ ମାଗଣା ଔଷଧ ବିତରଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସରକାରଙ୍କ ଦ୍ୱାରା ପ୍ରଦତ ବିଭିନ୍ନ ଯୋଜନା ଯଥା ବାର୍ଦ୍ଧକ୍ୟଭତା, ବିଧବା ଭତା, ଭିନ୍ନକ୍ଷମ ଭତା, ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତ ଭାବରେ ସଚେତନତା କରିବା ସଙ୍ଗେ ସଙ୍ଗେ ଆଇନସେବା ପ୍ରାଧିକରଣର କାର୍ଯ୍ୟକ୍ରମ ଯେପରି ମାଗଣା ଆଇନସେବା, ମଧ୍ୟସ୍ଥିତା ଓ ଆପୋଷ ମିଳାମିଶା ମାଧ୍ୟମରେ ମାମଲାର ସମାଧାନ ଏବଂ ଜାତୀୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ପ୍ରଦତ ୧୦ଟି ନୂଆ ଯୋଜନା ସମ୍ପର୍କରେ ମଧ୍ୟ ବିସ୍ତୃତ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୋରୁକୋଣ୍ଡା ଏବଂ ପାଖାପାଖି ଅଂଚଳର ପ୍ରାୟ ୨୫୦ରୁ ଉଦ୍ଧ୍ୱର୍ ଗ୍ରାମବାସୀ ଉପସ୍ଥିତ ଥିଲେ ।

Related Stories
November 24, 2024