-
ଭେକସିନ୍ ନ ଆସିବା ପର୍ଯ୍ୟନ୍ତ ସତର୍କ ରହିବାକୁ ପରାମର୍ଶ

ବ୍ରହ୍ମପୁର: ଭେକସିନ୍ ନ ଆସିବା ପର୍ଯ୍ୟନ୍ତ ଆମକୁ ସଚେତନତା ହୋଇ ରହିବାକୁ ପଡିବ । କରୋନା ଭୁତାଣୁ ସଂକ୍ରମଣକୁ ଚେକ୍ ଦେବାପାଇଁ ଆମେ ସତର୍କ ରହିଲେ ଏହି ମହାମାରୀକୁ ସାମ୍ନା କରିପାରିବା ବୋଲି ସ୍ୱୟତ୍ତ ଶାସନ ଦିବସ ଅବସରରେ ଗଞ୍ଜାମ ଜିଲ୍ଳାପାଳ ତଥା ବିଏମ୍ସି ପ୍ରଶାସକ ବିଜୟ ଅମୃତ କୁଲାଙ୍ଗେ ବିଏମ୍ସି କାର୍ଯ୍ୟାଳୟ ପରିସରରେ ପତାକା ଉତ୍ତୋଳନକରି ଏହି ମନ୍ତବ୍ୟ ଦେଇଛନ୍ତି । କୋଭିଡ୍-୧୯ ନିୟମକୁ ପାଳନକରି କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ସାମାଜିକ ଦୂରତା, ମାସ୍କ ପରିଧାନ କରିବା, ସହରବାସୀଙ୍କୁ ଏହା କରାଇବା ପାଇଁ ପରାମର୍ଶ ଦେବାକୁ ଜିଲ୍ଲାପାଳ କହିଥିଲେ ।
ଭେକ୍ସିନ ନ ନଆସିବା ପର୍ଯ୍ୟନ୍ତ କୌଣସି ସଭାସମିତି, ଉତ୍ସବ ପାଳନ କରିବା ନାହିଁ । ଏହା ନକରିବା ପାଇଁ ଜନସାଧାରଣଙ୍କୁ ଅବଗତ କରାଇବାକୁ ଜିଲ୍ଲାପାଳ କହିଥିଲେ । ପତାକା ଉତ୍ତୋଳନ ସମୟରେ ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ, ଡେପୁଟି କମିଶନର ରୋମାଞ୍ଚକ ଖମାରୀ, ନିର୍ବାହୀଯନ୍ତ୍ରୀ ବସନ୍ତ କୁମାର ପାଢ଼ୀ, ଏନ୍ଫୋର୍ସମେଣ୍ଟ ଅଫିସ୍ର ତରୁଣକାନ୍ତଙ୍କ ସମେତ ବିଏମ୍ସିର ସମସ୍ତ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO