
ବେଲଗୁଣ୍ଠା-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଠାରେ କରୋନା କଟକଣା ସହ ନିରାଡମ୍ବର ଭାବରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଅଛି ।ଏଥିରେ ମୁଖ୍ୟ ଅତିଥି ଭାବରେ ବେଲଗୁଣ୍ଠା ଏନ୍.ଏ.ସି।ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ବେଲଗୁଣ୍ଠା ସହରକୁ ସ୍ୱଚ୍ଛ,ସବୁଜ,ସୁନ୍ଦର କରିବା ପାଇଁ ଆହ୍ୱାନ ଦେଇଥିଲେ ।ଅନ୍ୟତମ ଅତିଥି ଭାବରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର ଯୋଗ ଦେଇ ସହର ସ୍ୱଚ୍ଛ ରଖିବାକୁ ହେଲେ ସଫେଇ କର୍ମଚାରୀଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସେମାନଙ୍କୁ ସହଯୋଗ କରିବା ଆମର କର୍ତ୍ତବ୍ୟ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ସମସ୍ତ ପରିଷଦ କର୍ମଚାରୀ ମାନଙ୍କୁ ସ୍ୱାୟତ୍ତ ଶାସନ ଦିବସର ଅଭିନନ୍ଦନ କରିବା ସହ ବେଲଗୁଣ୍ଠା ସହରରେ ବିକାଶରେ ସମସ୍ତଙ୍କ ସହଯୋଗ କାମନା କରିବା ସହ କରୋନା ସଙ୍କଟ ସମୟରେ ପ୍ରଶାସନିକ ସେବାରେ ସମସ୍ତ କର୍ମଚାରୀଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।ପରିଷଦ ତରଫରୁ ସମସ୍ତ କର୍ମଚାରୀଙ୍କୁ ନୁତନ ବସ୍ତ୍ର ପ୍ରଦାନ କରାଯାଇଥିଲା ।ଅନ୍ୟମାନଙ୍କ ମଧ୍ୟରେ ଏନ୍.ଏ.ସି କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ଜେନା,ମନଜିତା ରଥ,ସୁଶାନ୍ତ କୁମାର ମିଶ୍ର, ବାବୁଲା ଗୌଡ, ସନ୍ତୋଷ କୁମାର ପଣ୍ଡା,ପ୍ରବୀଣ କୁମାର ନନ୍ଦ, ଗୟାଚାନ୍ଦ ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ସାମାଜିକ ଦୁରତା ସହ କରୋନା କଟକଣା ପାଳନ କରାଯାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଶିବରାମ ଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO