
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ରବିବାର ୨୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସମାନ ସଂଖ୍ୟକ ୨୧୬ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଳାରେ ୪ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ରବିବାର ୨୧୬ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୮ଜଣ କୋଭିଡ୍ ଯୋଦ୍ଧା ରହିଥିବା ବେଳେ ୨ଜଣ ରାଜ୍ୟ ଫେରନ୍ତା ରହିଛନ୍ତି । ସେହିପରି ୧୯୬ଜଣ ସ୍ଥାନୀୟ ସଂକ୍ରମଣ । ୧୮କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ବିଏମ୍ସିରୁ ୨, ବେଲଗୁଣ୍ଠା ୧, ଭଞ୍ଜନଗର ୫, ଜଗନ୍ନାଥପ୍ରସାଦ ୪, ରଙ୍ଗେଇଲୁଣ୍ଡା ୫, ଶେରଗଡ ବ୍ଲକ୍ରୁ ଜଣେ । ସେହିପରି ରାଜ୍ୟଫେରନ୍ତା ୨ଜଣ ବେଗୁନିଆପଡା ବ୍ଲକ୍ର । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ବେଗୁନିଆପଡା ବ୍ଲକ୍ରୁ ୨୫, ବେଲଗୁଣ୍ଠା ୩, ବିଏମ୍ସି ୩୨, ଭଞ୍ଜନଗର ୧୨, ବୁଗୁଡା ୨, ଛତ୍ରପୁର ୧୮, ଚିକିଟି ୬, ଧରାକୋଟ ୧, ଦିଗପହଣ୍ଡି ୩, ଗଞ୍ଜାମ ୫, ହିଞ୍ଜିଳିକାଟୁ ୧୦, ଜଗନ୍ନାଥପ୍ରସାଦ ୧୧, କବିସୂର୍ଯ୍ୟନଗର ୧୧, ଖଲ୍ଲିକୋଟ ୧୮, କୁକୁଡାଖଣ୍ଡି ୩, ପାତ୍ରପୁର ୫, ପୋଲସରା ୩, ପୁରୁଷୋତ୍ତମପୁର ୨, ରଙ୍ଗେଇଲୁଣ୍ଡା ୧୧, ସାନଖେମୁଣ୍ଡି ୨, ଶେରଗଡ ୩, ସୋରଡା ବ୍ଲକ୍ରୁ ୯ଜଣ ଓ ଅନ୍ୟାନ୍ୟ ଜଣେ ସଂକ୍ରମିତ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୭୬୭୨ରେ ପହଞ୍ôଚଥିବା ବେଳେ ୧୮୯ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୬୦୯୯ରେ ପହଂଚିଛି । ଜିଲ୍ଲାରେ ଏବେ ୧୩୭୬ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO