
ଭୁବନେଶ୍ୱର – ଆଜି ପୂର୍ବାହ୍ନରେ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଖୋର୍ଦ୍ଧା ବ୍ଲକକୁ ଅଚାନକ ଗସ୍ତ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ବ୍ଲକ୍ କାର୍ଯ୍ୟାଳୟରେ ସକାଳ ୧୦.୨୦ ମିନିଟ୍ରେ ପହଂଚିଥିଲେ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଖୋର୍ଦ୍ଧା ବ୍ଲକରେ ଚାଲିଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ, ପ୍ରଧାନମନ୍ତୟ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଘର, ସାମାଜିକ ନିରାପତା ଯୋଜନାରେ ପ୍ରଦାନ କରାଯାଉଥିବା ବିଭିନ୍ନ ଭତା, ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶାନୁଯାୟୀ ଅଭିଯୋଗ ଶୁଣାଣି ଆୟୋଜନ କରିବା, ଆବାସ ଯୋଜନାରେ ଘର ପାଇଁ ହିତାଧିକାରୀ ମାନଙ୍କ ଜମିର ସମସ୍ୟା ଆଦି ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ । ଅଧିକାରୀ ଓ କର୍ମଚାରୀମାନେ ଠିକ୍ ସମୟରେ କାର୍ଯ୍ୟାଳୟକୁ ଆସିବା ସହ ଯେଉଁମାନେ ଆସୁନାହାନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ବିଡ଼ିଓଙ୍କୁ ମନ୍ତ୍ରୀ ଶ୍ରୀ ଜେନା ନିଦେ୍ର୍ଧଶ ଦେଇଥିଲେ ।
ଏହି ଗସ୍ତ ସମୟରେ ଖୋର୍ଦ୍ଧା ବିଧାୟକ ଶ୍ରୀ ଜ୍ୟୋତିରିନ୍ଦ୍ରନାଥ ମିତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପ୍ରଫୁଲ୍ଲ ଦଳେଇ, ପଂଚାୟତିରାଜ ନିଦେ୍ର୍ଧଶକ ପ୍ରତାପ ଚନ୍ଦ୍ର ଦାଶ, ବିଡ଼ିଓ ଶ୍ରୀ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।