ଭୁବନେଶ୍ୱର – କବିତା ମରେନାହିଁ । ପ୍ରତିକୂଳ ପରିସ୍ଥିତି ଦେଇ ବଂଚିରହେ । ମନକୁ ପୁଲକିତ କରେ, ହୃଦୟକୁ ଆଶ୍ୱସ୍ତି ଦିଏ । ଆଜି ଶତାଧିକ କବି ବନ୍ଧୁଙ୍କୁ ନେଇ ଧଉଳି ପାଦଦେଶରେ ଥିବା ନାଟମଣ୍ଡପରେ ଧଉଳି ସାହିତ୍ୟ ସଂସଦର ଆସର ଅଶିଣ ଅତିଥି ଓ ବକ୍ତା ଏହି ମର୍ମରେ ମତ ରଖିଥିଲେ । ନିରଞ୍ଜନ ନାୟକଙ୍କ ସଂଯୋଜନାରେ ଆରମ୍ଭ ହୋଇଥିବା କବିତା ଆସରରେ ସ୍ୱାଗତ ଭାଷଣ ଦେଇଥିଲେ କବି ଅକ୍ଷୟ ସ୍ୱାଇଁ । କବିତା ଆସରରେ ଅତିଥି ଭାବେ ସଂଳାପକାର ରଜନୀରଞ୍ଜନ ଦାସ, କଥାକାର ଅଜୟ ସ୍ୱାଇଁ, ଗବେଷକ କାଳନ୍ଦୀ ସାହୁ, ଶିଶୁ ସାହିତ୍ୟିକ ବଙ୍କିମ ଚନ୍ଦ୍ର ନାୟକ ଯୋଗ ଦେଇଥିଲେ । ସଭାକାର୍ଯ୍ୟ ପରେ କବି ବିପିନ ବେହେରାଙ୍କ ସଂଯୋଜନାରେ ଆରମ୍ଭ ହୋଇଥିଲା କବିତା ଆସର । କବି ପୂର୍ଣ୍ଣଚନ୍ଦ୍ର ମହାରଣା, ଦେବ ପାତ୍ର, ରମେଶ ସ୍ୱାଇଁ, ବାଦଲ ମହାନ୍ତି, ପ୍ରଶାନ୍ତ ମିଶ୍ର, ଜଗନ୍ନାଥ ଦାସ, ଅଶ୍ୱିନୀ ପତି, ବିଘ୍ନେଶ୍ୱର ସାହୁ, ସୁବୋଧ ସାମଲ, ପ୍ରିୟାଂଶୁ ପ୍ରିୟଦେବ, ସ୍ୱର୍ଣ୍ଣଲତା ପତି, ସ୍ୱର୍ଣ୍ଣପ୍ରଭା ପ୍ରମୁଖ ଆହୁରି ଅନେକ କବି ସ୍ୱରଚିତ କବିତା ପାଠ କରିଥିଲେ । ପ୍ରକୃତିରାଣୀ, ଅପରାହ୍ନ, ପୁଣ୍ୟତୀର୍ଥ ଧଉଳି, ସରସ ସୁନ୍ଦର ଶରତ, ବର୍ଷାଭିଜା ଗୀତ, ଅପରାହ୍ନ, କଳଙ୍କ, କାଶତଣ୍ଡି, ଅହିଂସା ପରମଧର୍ମ, ଦେବୀ, କାନ୍ଥ, ପ୍ରେମିକ ନୁହେଁ ପ୍ରଣୟିନୀ, କୁସୁମ ପୁଲ୍ ସରଗି ଫୁଲ, ଭୁବନେଶ୍ୱର ଭୀଷଣ ଭୟଙ୍କର ଭାରି ଆପଣାର ପରି ଆବୃତି କରାଯାଇଥିବା କବିତାଗୁଡ଼ିକ ଅଶିଣକୁ ଉତ୍ସର୍ଗ କରାଯାଇଥିଲେ ମଧ୍ୟ ଏଥିରେ ପ୍ରେମ, ବନ୍ଧୁତା, ବିରହ ଓ ସାମାଜିକ ପରିବର୍ତନର ସ୍ୱର ଶୁଣିବାକୁ ମିଳିଥିବା ।
Related Stories
November 23, 2024