
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟରେ ଥିବା ଡ଼ହ କେନାଲରେ ଆଜି ଦିନ ୧୧ଟା ସମୟରେ ସେଲ୍ଫି ଫୋଟ ଉଠଉଥିବା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡ଼ିଯାଇ ଜଣେ ଯୁବକ ମୃତ୍ୟୁ ବରଣ କରିଛନ୍ତି। ବ୍ରହ୍ମପୁର ତୁଳସୀ ନଗର ରେ ରହୁଥିବା ସୌରଭ ବେହେରା ଓ ଛତ୍ରପୁର ର କୋକେଶ ମହାଙ୍କୁଡ଼ ଦୁହେଁ ମିଶି ଭଞ୍ଜନଗର ରେ ଥିବା ତାଙ୍କର ଜଣେ ସମ୍ପର୍କୀୟ ଦାଦା ଘରକୁ ବୁଲିବାକୁ ଆସିଥିଲେ।ଆଜି ସକାଳେ ସୌରଭ ଓ କୋକେଶ ଅନ୍ୟ ଦୁଇଜଣ କିଷାନ ଗୌଡ଼ ଏବଂ ଶିବରାମ ପାତ୍ର ସହ ମିଶି ୨ଟି ବାଇକରେ ୪ଜଣଯାକ ଡ଼ହ କେନାଲ କୁ ବୁଲିବାକୁ ଯାଇଥିଲେ।ସେଠାରେ ସମସ୍ତେ ଗାଧେଇବା ସହ ସେଲ୍ଫି ଫୋଟ ଉଠଉଥିବା ବେଳେ ହାଠାତ୍ ସୌରଭ ର ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡି ଯାଇଥିଲା।ସ୍ଥାନୀୟ ଲୋକଙ୍କ ସହାୟତାରେ ସୌରଭ କୁ ଉଦ୍ଧାର କରାଯାଇଥିଲା।ହେଲେ ସେତେବେଳକୁ ସୌରଭ ର ମୃତ୍ୟୁ ଘଟି ସାରିଥିଲା।ଭଞ୍ଜନଗର ପୋଲିସ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ କୁ ପଠେଇଥିବା ଜଣାପଡ଼ିଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଭଞ୍ଜନଗର ରୁ ଜୟକୃଷ୍ଣ ପଟ୍ଟନାୟକଙ୍କ ରିପୋର୍ଟ….
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO