
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୮/୦୮/୨୦୨୦,ବ୍ଲୁ ଫ୍ଲାଗ ବିଚ ସମ୍ପର୍କିତ ବିଚ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ପୁରୀ ଜିଲ୍ଲାପାଳ ତଥା ବିଚ ପରିଚାଳନା କମିଟି ର ଅଧ୍ୟକ୍ଷ ଶ୍ରୀ ବଲୱନ୍ତ ସିଂ ଙ୍କ ଅଧ୍ୟକ୍ଷତା ରେ ପୁରୀ ଠାରେ ହେବାକୁ ଥବା ପାଇଲଟ ବ୍ଲୁ ଫ୍ଲାଗ ବିଚ ର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ ବୈଠକ ରେ ପୁରୀ ଆରକ୍ଷୀ ଅଧୀକ୍ଷକ,ଜିଲ୍ଲା ବନ ଅଧିକାରୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଧେଶକ, ପୌରପାଳିକା ନିର୍ବାହୀ ଅଧିକାରୀ , ଷ୍ଟେଟ ପଲ୍ଲୂସନ କଣ୍ଟ୍ରୋଲ ବୋର୍ଡ , ଭୁବନେଶ୍ୱର ର ରିଜିଓନାଲ ଅଫିସର, ICZMP, SPMU, ପୁରୀ ର ପ୍ରକଲ୍ପ ନିର୍ଦେଶକ ଓ ଉପଜିଲାପାଳ ଙ୍କ ସମେତ ସେସୁ , ରାସ୍ତା ଓ କୋଠା ବାଡ଼ି ଓ ଜନସ୍ୱାସ୍ଥ୍ୟ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ମାନେ ଉପସ୍ଥିତ ଥିଲେ I ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ଶ୍ରୀ ସୁଦର୍ଶନ ପଟନାୟକ ମଧ୍ୟ ଏହି ବୈଠକ ରେ ଭାଗ ନେଇ ଥିଲେ I ଉକ୍ତ ବୈଠକ ରେ ଗୋଲଡେନ ବିଚ ରେ ପାର୍କିଙ୍ଗ ଫି ଓ ପାର୍କିଙ୍ଗ ପରିଚାଳନା , ବ୍ଲୁ ଫ୍ଲାଗ ବିଚ କୁ ପ୍ରବେଶ ନିମନ୍ତେ ଏଣ୍ଟ୍ରି ଫି , ପାର୍କିଙ୍ଗ ପାଖରେ ପରିଦର୍ଶକ ଙ୍କ ନିମନ୍ତେ କେଫ୍ଟେରିଆ ର ସୁବିଧା , କାଉଣ୍ଟର ମ୍ୟାନେଜେର ର ନିଯୁକ୍ତି ଆଦି ବିଷୟ ରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା I