-
ଜଗନ୍ନାଥ ସଂସ୍କୃତିକୁ ଅଣ ଓଡିଆ ଅଫିସର ମାନେ ଜାଣିଶୁଣି ନଷ୍ଟ କରୁଛନ୍ତି –ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର,

କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୮/୦୮/୨୦୨୦,ବିଜପି ର ବଗଲା ଧର୍ମଶାଳା ବିକ୍ରି ପ୍ରତିବାଦରେ, ବଗଲା ସମ୍ମୁଖରେ ନବମ ଦିନର ଆନ୍ଦୋଳନରେ ପୁରୀ ବିଧାୟକ ଜୟନ୍ତ ଷଢ଼ଙ୍ଗୀ ଓ ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଯୋଗ ଦେଇଥିଲେ।ଉଭୟ ନେତା ଧର୍ମଶାଳା ବିକ୍ରିକୁ ଦୃଢ ନିନ୍ଦା କରିଥିବା ବେଳେ ରାଜ୍ୟ ସରକାର କୋଡିଏ ବର୍ଷ ମଧ୍ୟରେ ଗରିବ ଯାତ୍ରୀ ଙ୍କ ପାଇଁ ଗୋଟିଏ ବଖରା କରିପାରି ନଥିବା ବେଳେ ଦାନ ସୂତ୍ରରେ ମିଳିଥିବା ଧର୍ମ ଶାଳା ବିକ୍ରି କୁ ବିରୋଧ କରିଥିଲେ।ଶ୍ରୀମତୀ ଲେଖାଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଅଣ ଓଡିଆ ଅଫିସର ମାନେ ଜାଣିଶୁଣି ନଷ୍ଟ କରି ଜଗନ୍ନାଥ ପ୍ରମୀମାନଙ୍କ ମନରେ ଆଘାତ ଦେବା ନିନ୍ଦନୀୟ ବୋଲି କହିଥିଲେ।
ଏହିକା ଆନ୍ଦୋଳନରେ ପ୍ରଭଞ୍ଜନ ମହାପାତ୍ର, ମଣ୍ଡଳ ସଭାପତି ସଂଜୀବ ମୁଖାର୍ଜୀ, ଚିତ୍ତ ରଞ୍ଜନ ବିଶ୍ୱାଳ,ଉମା ନାୟକ,ଦିଗଦର୍ଶନ ପଟ୍ଟନାୟକ, ଅକ୍ଷୟ ମହାନ୍ତି, ଜ୍ୟୋତି ମହାପାତ୍ର, ସୈ।ମ୍ୟା ମିଶ୍ର,ମମତା ପତି,ପୁଷ୍ପା ପାତ୍ର,ଦୀନମଣି ମିଶ୍ର,ଅନୀତା ପଟ୍ଟନାୟକ, ମଧୂସୁଦନ ସିଂହାରୀ,ରାଜଲକ୍ଷ୍ମୀ ଦୋରା,ଝରଣା ଜେନା,ଗୀତା ସିଂ,କମଳିନୀ ମହାପାତ୍ର, ସୁଦଷା ପଣ୍ଡା,ପ୍ରିୟଙ୍କା ମହାପାତ୍ର,କବିତା ରଥ,ସ୍ୱରୁପା ମହାନ୍ତି, ମିନା ମହାନ୍ତି,ଅନିଲ ସାହୁ,ବିଶ୍ୱଜିତ ମହାନ୍ତି, ବୀରକିଶୋର ମହାନ୍ତି,ଶିବ ନାରାୟଣ ଦାଶ,ବ୍ରଜ ବଂଧୁ ଦାସ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO