ଧର୍ମଶାଳା – ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା କାଦମ୍ବିନୀ ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛ । ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ କିଶୋର ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ସଭାର ଆଭିମୁଖ୍ୟ ସମ୍ପର୍କରେ ମତପ୍ରକାଶ କରିଥିଲେ । ଶିକ୍ଷାକର୍ମଚାରୀ ସମ୍ପାଦକ ତଥା ଇଂରାଜୀ ବିଭାଗର ମୁଖ୍ୟ ଅଧ୍ୟାପକ ଡ. ଶଶିଭୂଷଣ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପିକା ଶ୍ରୀମତି ମହାନ୍ତି ଏହି ମାଧ୍ୟମିକ ବିଦ୍ୟାଳୟରେ ୧୯୯୨ ମସିହାରେ ଯୋଗଦାନ କରି ନିରବଚ୍ଛିନ୍ନ ସେବା ପ୍ରଦାନ କରି ଅବସର ଗ୍ରହଣ କରିଛନ୍ତି । ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ତଥା ଶିକ୍ଷା କର୍ମଚାରୀ ପ୍ରମୁଖ ତାଙ୍କ କର୍ମମୟ ଜୀବନ ଓ ତାଙ୍କର ସୁସ୍ଥ ନିରାମୟ କାମନା କରିଥିଲେ । ଏହି ଶିକ୍ଷାନୁଷ୍ଠାନ ପକ୍ଷରୁ ଅବସରପ୍ରାପ୍ତ ଅଧ୍ୟାପିକା ଶ୍ରୀମତି ମହାନ୍ତିଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ସୁସାହିତ୍ୟିକ ମହେଶ୍ୱର ପାଢ଼ୀ, ମହାବିଦ୍ୟାଳୟର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶିକ୍ଷାବତ ହରିବନ୍ଧୁ ଗିରି, ଆଲାଉଦ୍ଦିନ ଖାଁ, ବ୍ରହ୍ମବରଦା ପଂଚାୟତର ପୂର୍ବତନ ସରପଂଚ ବିପିନ ବିହାରୀ ଦେଓ, ବିଜୁ ଜନତା ଦଳର ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ଅମୂଲ୍ୟ ରାଉତ, ପଂଚାନନ ରାଉତ, ପରମାନନ୍ଦ ସାହୁ, ନିମାଇଁ ଚରଣ ଦାସ, ହେମନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଶ୍ରୀମତି ମହାନ୍ତିଙ୍କର ନିଷ୍ଠାପର ଶିକ୍ଷକତା ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ, ବିରଂଚି ନାରାୟଣ ଦାସ, ଡ.ବିକ୍ରମ ମହାପାତ୍ର, ଅକ୍ଷୟ କୁମାର ସାହୁ, ଅଧ୍ୟାପିକା ବନଲତା ଲେଙ୍କା ଓ ରଶ୍ମିତା ସାମଲ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପକ ଶ୍ରୀନିବାସ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
Related Stories
September 16, 2024