
ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୫୮୮୪୦ କରୋନା ପରୀକ୍ଷଣ ହୋଇଛି । ଏଥି ମଧ୍ୟରୁ ଆରଟି-ପିସିଆର ୮୬୮୦, ଆଂଟିଜେନ ୫୦୦୨୩ ତଥା ଟ୍ରୁନାଟ ୧୩୭ ସାମିଲ ରହିଛି । ଆଜି ସୁଦ୍ଧା ରାଜ୍ୟରେ ମୋଟ ୧୬୧୨୦୯୭ କରୋନା ପରୀକ୍ଷଣ କରା ଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
କୋବିଡ ଗାଇଡଲାଇନ ଉଲ୍ଲଂଘନ ପାଇଁ ଗତ ୨୪ ଘଂଟାରେ ତିନୋଟି ମାମଲା ରୁଜୁ
ଭୁବନେଶ୍ୱର– ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କୋବିଡ ଗାଇଡଲାଇନ ଉଲ୍ଲଂଘନ ପାଇଁ ଗୋଟିଏ ମାମଲା ରୁଜୁ କରା ଯାଇଛି । ଏହି ତିନୋଟି ମାମଲା କୋବିଡ ଗାଇଡଲାଇନ ଉଲ୍ଲଂଘନ ସମ୍ପର୍କିତ ବୋଲି ସୂଚନା ଦିଆ ଯାଇଛି । ରାଜ୍ୟ ପୋଲିସ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆ ଯାଇଛି ।