-
ରାଜ୍ୟରେ ବିଭିନ୍ନ ଜିଲ୍ଲାରେ କରୋନା ସ୍ଥିତି
ଭୁବନେଶ୍ୱର– ଆଜି ଗଂଜାମ ଜିଲ୍ଲାରେ ୧୭୪ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୭୨୮୭ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୮୦୧, ବାଲେଶ୍ୱର ଜିଲ୍ଲାରେ ୩୩୮୧, ବରଗଡ ଜିଲ୍ଲାରେ ୧୭୯୭, ଭଦ୍ରକ ଜିଲ୍ଲାରେ ୨୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୧୬୮୭ . ବୌ ଦ୍ଧ ଜିଲ୍ଲାରେ ୫୬୨, କଟକ ଜିଲ୍ଲାରେ ୭୩୮୬, ଦେବଗଡ ଜିଲ୍ଲାରେ ୧୮୩, ଢେଙ୍କାନାଳ ଜିଲ୍ଲାରେ ୧୪୧୭. ଗଜପତି ଜିଲ୍ଲାରେ ୨୬୧୨, ଜଗତସିଂହପୁର ଜିଲ୍ଲାରେ ୧୬୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୩୫୬୯, ଝାରସୁଗୁଡା ଜିଲ୍ଲାରେ ୧୦୭୬, କଳାହାଣ୍ଡି ଜିଲ୍ଲାରେ ୧୨୨୮, କନ୍ଧମାଳ ୨୧୦୦, କେନ୍ଦ୍ରାପଡା ଜିଲ୍ଲାରେ ୧୫୦୫, କେନ୍ଦୁଝର ଜିଲ୍ଲାରେ ୧୭୧୫, ଖୋର୍ଧା ଜିଲ୍ଲାରେ ୧୪୭୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୩୨୧୪ , ମାଲକାନଗିରି ଜିଲ୍ଲାରେ ୨୨୨୩, ମୟୁରଭଂଜ ଜିଲ୍ଲାରେ ୨୯୫୫. ନବରଙ୍ଗପୁର ଜିଲ୍ଲାରେ ୯୮୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୨୭୪୬, ନୂଆପଡା ଜିଲ୍ଲାରେ ୩୮୨ , ପୁରୀ ଜିଲ୍ଲାରେ ୩୨୦୧, ରାୟଗଡା ଜିଲ୍ଲାରେ ୪୨୧୫. ସମ୍ବଲପୁର ଜିଲ୍ଲାରେ ୨୫୮୦. ସୁବର୍ଣପୁର ଜିଲ୍ଲାରେ ୫୯୫ ଓ ସୁନ୍ଦରଗଡ ଜିଲ୍ଲାରେ ୪୨୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।