ମାଲକାନଗିରି – ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଅଭାବୀ ସାର ବିକ୍ରୀ ଓକଳାବଜାରୀ କୁ ରୋକିବା ପାଇଁ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ସହକାରୀ କୃଷି ଅଧିକାରୀ ଚନ୍ଦ୍ରଶେଖର ଭୂୟାଁ ଓ ସବ୍ ଇନ୍ସପେକ୍ଟର ଶୁଭଶ୍ରୀ ନାୟକଙ୍କ ସହଏକ ପୋଲିସ ପ୍ଲାଟୁନ୍ ମାଲକାନଗିରି ସହର ଡି ଏ ନ କେ ଛକ ନିକଟସ୍ଥ କିଛି ସାର ଦୋକାନ ରେ ଚଢ଼ଉ କରି ଷ୍ଟକ ଯାଞ୍ଚ କରିଥିଲେ !ସେଥି ମଧ୍ୟରୁ ବିଜୟ ସାର ଦୋକାନରେ ଯାଞ୍ଚ ବେଳେ ଷ୍ଟକ ଠାରୁ ଅଧିକା ସାର ଓ କୃଷି ଔଷଧ ସାମଗ୍ରୀ ପାଇ ଥିଲେ !ତୁରନ୍ତ ଉପ ଜିଲ୍ଲାପାଳ ଏହି ସାର ଦୋକାନକୁ ସିଲ କରିଦେଇଥିଲେ !ଏହି ଚଢ଼ାଉ କାର୍ଯ୍ୟକ୍ରମରେ ଅତିରିକ୍ତ ତହସିଲଦାର , ତମସା ରାଜସ୍ବ ନୀରିକ୍ଷକ ଓ ଅନେକ ତହସିଲ କର୍ମଚାରୀ ସାମିଲ ଥିଲେ !
Related Stories
January 21, 2025