
ଭୁୁବନେଶ୍ୱର– ଜୀବନ, ଜୀବିକା ଓ ଗଣତାନ୍ତ୍ରିକ ଅଧିକାର ପାଇଁ ସର୍ବଭାରତୀୟ ମହିଳା ସଂଗଠନ ମାନଙ୍କ ଆହ୍ୱାନରେ ଦେଶବ୍ୟାପୀ ଦାବି ଦିବସ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଭୁବନେଶ୍ୱର କମିଟି ତରଫରୁ ସମସ୍ତ ପରିବାର ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସକୁ ୭୫୦୦ଟଙ୍କା ଦିଅ, ସମସ୍ତ ପରିବାରକୁ ମୁଣ୍ଡପିଛା ମାସିକ ୧୦ କି.ଗ୍ରା ଚାଉଳ/ଗହମ ଯୋଗାଇଦିଅ, ମାଇକ୍ରୋଫାଇନାନ୍ସର ଜବରଦସ୍ତି ଆଦାୟ ବନ୍ଦକର, ମହିଳା ମାନଙ୍କୁ ସାମାଜିକ ଓ ଆର୍ଥିକ ନିରାପତା ଯୋଗେଇବା ଦାବି ସହ ଅନ୍ୟାନ୍ୟ ଦାବିରେ ସମେଇଗାଡିଆ, ଚନ୍ଦ୍ରଶେଖରପୁର, ସାଲିଆସାହି ଓ ବରମୁଣ୍ଡା ଠାରେ ଜିଲ୍ଲା ସଭାନେତ୍ରୀ ବିମଳୀ ନାୟକ, ସଂପାଦିକା ମିନତୀ ପାଣିଗ୍ରାହୀ, ନିରୁପମା ନାୟକ, ନୟନା ନାୟକ, ଜୟନ୍ତି ସ୍ୱାଇଁ ଏବଂ ଛବି ଶ୍ରେଷ୍ଠଙ୍କ ନେତୃତ୍ୱରେ ଦାବି ଦିବସ ପାଳିତ ହୋଇଛି ।