ଭୁବନେଶ୍ୱର – ବିଧାନସଭା କର୍ତୃପକ୍ଷଙ୍କ ତଦନ୍ତ ରିପୋର୍ଟ ଆଧାରରେ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର କର୍ମରତ ଅଧିକାରୀ ଶ୍ରୀ ମାନଗୋବିନ୍ଦ ପଣ୍ଡାଙ୍କୁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କାର୍ଯ୍ୟରୁ ଅନ୍ତର କରିବା ନିମନ୍ତେ ଆଦେଶ ପ୍ରଦାନ କରିଛନ୍ତି । ବାଚସ୍ପତି ଡ. ପାତ୍ରଙ୍କ ଆଦେଶ କ୍ରମେ ଶ୍ରୀ ପଣ୍ଡାଙ୍କୁ ୨୦୨୦ ଅଗଷ୍ଟ ୨୪ ତାରିଖ ଅପରାହଅରୁ ଦାୟିତ୍ୱମୁକ୍ତ କରିବାକୁ ବିଧାନସଭା ସଚିବାଳୟ ପକ୍ଷରୁ ଆଦେଶନାମା ଜାରି କରାଯାଇଛି । ଗତ କିଛି ଦିନ ହେବ ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ ଉଲ୍ଲଂଘନ ଯୋଗୁଁ ଶ୍ରୀ ପଣ୍ଡା ବିଧାନସଭା କର୍ତୃପକ୍ଷଙ୍କ ଦ୍ୱାରା ତଦନ୍ତାଧୀନ ଥିଲେ । ଏଥି ପୂର୍ବରୁ ସେ ବିଧାନସଭାରେ ଉପସଚିବ (ରିପୋର୍ଟିଂ) ଭାବେ କାର୍ଯ୍ୟକରି ଅବ ସର ଗ୍ରହ ଣ କରିଥିଲେ । ତାଙ୍କୁ ସ୍ୱତ ନ୍ତ୍ର କ ର୍ମରତ ଅଧିକାରୀ ଭାବେ ୨୦୨୦ ଜନୁ ୍ ୨୯ ତାରିଖ ପୂର୍ବାହ୍ନରୁ ୨୦୨୧ ଜୁନ୍ ୨୮ ତାରିଖ ଅପରାହଅ ପର୍ଯ୍ୟନ୍ତ ଏକ ବର୍ଷ ପାଇଁ ବିଧାନସଭା ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଥିଲା ।