ମାଲକାନଗିରି-ଜିଲ୍ଲା ସଦର ମହକୁମା ସ୍ଥିିତ ଲାଠିଆଗୁଡାରେ ଥିବା ତ୍ରିନାଥ ରାଇସ ମିଲ ରେ ଆଜି ଦିନ ୧ ୨ ଟା ବେଳେ କାମ ଚାଲିଥିବା ସମୟରେ ହଠାତ ମିଲ ର ଏକ କାନ୍ଥ ଭୁଷୁଡ଼ି ପଡିଥିଲା । ଫଳରେ ମିଲ ରେ କର୍ଯ୍ୟରତ ୧୫ରୁ ଅଧିକ କର୍ମଚାରୀ କାନ୍ଥ ଓ ଧାନ ବସ୍ତା ତଳେ ଚାପି ହୋଇପଡିଥିଲେ ।ଖବର ପାଇ ଅଗ୍ନିଶମ ବିଭାଗ, ପୋଲିସ, ଜିଲ୍ଲା ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ୧୫ଜଣ ଙ୍କ ମଧ୍ୟରୁ ୧୪ଜଣ ଆହତ ହୋଇଥିବାବେଳେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ପାଇଁ ମାଲକାନଗିରି ମେଡିକାଲ କୁ ଆମ୍ବୁଲାନ୍ସ ମାଧ୍ୟମରେ ପଠାଯାଇଥିଲା । ହେଲେ ବାଟରେ ସେ ମୃତ୍ୟୁ ବରଣ କରିଥିଲା !ମୃତ ଶ୍ରମିକ ଜଣକ ହେଲେ ନୂଆଗୁଡା ର ବିଶାଳ ବାଘ ! ମିଲ ମାଲିକ କି ତାଙ୍କର କୋଣସି କର୍ମଚାରୀ ଘଟଣା ପରେ ସେଠାରେ ନଥିବାରୁ କାର୍ଯ୍ୟରତ ଶ୍ରମିକଙ୍କ ସଠିକ ତଥ୍ୟ ଜଣାପଡ଼ିନାହିଁ ! ବର୍ତ୍ତମାନ ସୁଦ୍ଧା ସେଠାରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ର ତଦନ୍ତ ଚାଲିଥିବା ବେଳେ ସ୍ଥାନୀୟ ତହସିଲଦାର ଗୁଣନିଧି ନାୟକ କାର୍ଯ୍ୟାନୁଷ୍ଠାନ ବାବଦରେ ଜିଲ୍ଲାପାଳ ଙ୍କ ଆଦେଶ କୁ ଅପେକ୍ଷା କରିଛୁ ବୋଲି ପ୍ରକାଶ କରିଛନ୍ତି । ସେପଟେ ଏହି ଘଟଣା ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମସ୍ତ ଙ୍କୁ କ୍ଷତି ପୂରଣ ଦେବା ପାଇଁ ଦାବି କରିଛି ବିଜେପି ର ଏକ ପ୍ରତିନିଧି ଦଳ। ବିଜେପି ର ଏକ ପ୍ରତିନିଧି ଦଳ ସମସ୍ତ ଆହତ ଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ! ଏଠାରେ କମ ବୟସର ଶ୍ରମିକ ମାନେ କାମ କରୁଥିବା ନେଇ ଅଭିଯୋଗ ହେଉଛି !
Related Stories
January 21, 2025