
ସମ୍ବଲପୁର– ଆଜି ଅପରାହ୍ନ ସାଢ଼େ ୪ଟା ସୁଦ୍ଧା ହୀରାକୁଦ ଡ଼୍ୟାମ୍ ର ୪୦ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟା ଜଳ ନିଷ୍କାସନ ଜାରୀ ରହିଛି । ଦିନ ୪ଟା ସୁଦ୍ଧା ୩୬ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଉ ୪ଟି ଗେଟ୍ ଖୋଲାଯାଇଛି । ଡ୍ୟାମ୍ ର ବାମ ପାଶ୍ୱର୍ ଡାଇକ୍ ରେ ୨୫ଟି ଓ ଡ଼ାହାଣ ପାଶ୍ୱର୍ ଡାଇକ୍ ରେ ୧୫ଟି ଗେଟ୍ ଦେଇ ପାଣି ଛଡାଯାଉଛି ।
ସେହି ସମୟରେ ଡ୍ୟାମ୍ ମଧ୍ୟକୁ ପ୍ରତି ସେକେଣ୍ଡରେ ୬ ଲକ୍ଷ ୬୦ ହଜାର ୦୭୯ ଘନଫୁଟ୍ ଜଳ ପ୍ରବେଶ କରୁଛି । ସ୍ଲୁଇସ୍ ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୫ ଲକ୍ଷ ୧୩ ହଜାର ୯୫୯ ଘନଫୁଟ୍ ରୁ ଉର୍ଦ୍ଧ୍ୱ ଜଳ ମହାନଦୀକୁ ଛଡାଯାଉଛି । ବର୍ତମାନ ଡ୍ୟାମ୍ ର ଜଳସ୍ତର ୬୨୫.୫୨ ଫୁଟ୍ ରହିଛି । ବନ୍ଧର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି ।
ଆଜି ସକାଳ ୮ଟା ସୁଦ୍ଧା ୨୪ ଘଂଟା ମଧ୍ୟରେ ହୀରାକୁଦ ଡ଼୍ୟାମ୍ ର ଉପର ମୁଣ୍ଡରେ ୧୦୧.୨୨ ମିମି ବର୍ଷା ଏବଂ ଡ଼୍ୟାମ୍ ର ତଳ ମୁଣ୍ଡରେ ୨୭.୨୫ ମିମି ବର୍ଷା ରେକର୍ଡ଼ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO