-
ନେତୄତ୍ଵ ନେଲେ ଛାତ୍ରନେତା ହରେକୃଷ୍ଣ ପ୍ରଧାନ
ବାଲେଶ୍ଵର, ୨୭/୮:(କୃଷ୍ଣ କୁମାର ମହାନ୍ତି) ସାଂପ୍ରତିକ ଲଗାଣ ବର୍ଷା ଫଳରେ ବୁଢ଼ାବଳଙ୍ଗ ନଦୀରେ ଆସିଛି ପ୍ରଥମ ବନ୍ୟା। ପ୍ରତିବର୍ଷ ବୁଢାବଳଙ୍ଗର ବନ୍ୟା ଜଳରେ ବୁଡିଯାଏ ବାଲେଶ୍ଵର ସହରର ତଳି ଅଞ୍ଚଳ। ଏଥର ମଧ୍ୟ ସମଦଶା ଭୋଗୁଛନ୍ତି ସହରତଳି ଅଞ୍ଚଳର ବାସିନ୍ଦା।
ଏହାକୁ ଦୃଷ୍ଟିରେ ରଖି ସ୍ଵେଚ୍ଛାସେବୀ ସଂଗଠନ ‘ସମର୍ପଣ’ର ସ୍ଵେଚ୍ଛାସେବୀ ମାନେ ବୁଡି ଯାଇଥିବା ଅଞ୍ଚଳରେ ପହଞ୍ଚି ବନ୍ୟା ବିପନ୍ନଙ୍କୁ ଗତକାଲି ଠାରୁ ସହାୟତା ପ୍ରଦାନ କରିବା ଆରମ୍ଭ କରିଛନ୍ତି। ଆଶୁ ସହାୟତା ସ୍ଵରୂପ ପଲିଥିନ ପାଲ ଓ ଶୁଖିଲା ଖାଦ୍ୟ ରିଲିଫ୍ ଭାବେ ବଣ୍ଟନ କରାଯାଇଛି।
ଏହାଛଡା ବନ୍ୟା ସମୟରେ ଅବଲମ୍ବନ କରାଯାଉଥିବା ବିଭିନ୍ନ ସଚେତନତାକୁ ପାଳନ କରିବା ନିମନ୍ତେ ସଦସ୍ୟ ମାନେ ଲୋକମାନଙ୍କୁ ବୁଝାଇଥିଲେ । ସଂଗଠନର ସଭାପତି ତଥା ଛାତ୍ରନେତା ହରେକୃଷ୍ଣ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ବିପନ୍ନ ସହାୟତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଆଗକୁ ମଧ୍ୟ ଚାଲୁ ରହିବ ବୋଲି ସୂଚନା ମିଳିଛି।
ସଂଗଠନର ପ୍ରମୁଖ ସଦସ୍ୟଙ୍କ ମଧ୍ୟରେ ବରୁଣ କୁମାର ମହାଳିକ, ମାନସ ମହାନ୍ତି, କମଳ ଲୋଚନ ମୈକାପ, ପ୍ରଦୀପ ମାରାଣ୍ଡି, ଏସ ବି ସିମ୍ରନ୍, ସୁବାସ ଚନ୍ଦ୍ର ଗିରି, କିରଣ ଜେନା, ରାକେଶ ବାରିକ ପ୍ରମୁଖ ରିଲିଫ୍ କାର୍ଯ୍ୟରେ ସହଯୋଗ କରିଥିଲେ। ସରକାରୀ ସହାୟତା ପହଞ୍ଚିବା ପୂର୍ବରୁ ସ୍ଵେଚ୍ଛାସେବୀ ସଂଗଠନର ଏ ତତ୍ପରତା ମୂଳକ କାର୍ଯ୍ୟ ବିପନ୍ନଙ୍କ ମୁହଁରେ ଆଶାର କିରଣ ହୋଇ ଦେଖାଦେଇଛି।