
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୨୭/୦୮/୨୦୨୦,ଆର୍ଥିକ ଅନଗ୍ରସର ପରିବାର କୁ ସ୍ଵଛ୍ଛଳ ଓ ସ୍ବାବଲମ୍ବୀ କରିବା ପାଇଁ ସୁଦୂର ଆମେରିକାରୁ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଆଜି ବ୍ରହ୍ମଗିରି ବ୍ଳକ ଆମ୍ବପଡା ହରିଜନ ବସ୍ତିରେ ଜଗନ୍ନାଥ ସୋସାଇଟି ଅଫ ଆମେରିକା ପକ୍ଷରୁ ୩୨ଟି ପରିବାରକୁ ନଡିଆ ଚାରା ବିତରଣ କରାଯାଇଛି। କାର୍ଯ୍ୟକ୍ରମ କୁ ଅନ୍ନପୂର୍ଣ୍ଣା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପରିଚାଳନା କରାଯାଉଛି। ଅନୁଷ୍ଠାନ ର ସଂପାଦିକା ଅନ୍ନପୂର୍ଣ୍ଣା ପାଣି ଓ ପ୍ରତିଷ୍ଠାତା ଡକ୍ଟର ପ୍ରମୋଦ କୁମାର ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରୁଛନ୍ତି।