
ବ୍ରହ୍ମପୁର: ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ କୋଳିଦାସପୁର ଗ୍ରାମ ଦେଇ ଯାଇଥିବା ଋଷିକୂଲ୍ୟା ନଦୀ ପଠାରୁ ଗ୍ରାମବାସୀଙ୍କ ଅଭିଯୋଗ ସତ୍ତ୍ୱେ ଦୀର୍ଘ ଦିନ ଧରି ବାଲି ଚୋରା ଚାଲାଣ କରାଯାଉଥିଲା । ଗ୍ରାମବାସୀଙ୍କ କହିବା ଅନୁସାରେ ବାଲି ଚୋରା ଚାଲାଣ ହେବା ଫଳରେ ଚାଷ ଜମି ଦେଇ ବାଲି ଟ୍ରକ୍, ଟ୍ରାକ୍ଟର ଆଦି ଯାତାୟାତ କରିବା ହେତୁ ଜମି ଚାଷ ଅନୁପଯୁକ୍ତ ହୋଇଯାଉଛି ଏବଂ ଅତ୍ୟଧିକ ବାଲି ନଦୀ ପଠାରୁ ଚୋରା ଚାଲାଣ କରାଯାଉଥିବା ଯୋଗୁ ଚାଷ ଜମି ମାନଙ୍କରେ ବନ୍ୟା ହେଲେ ପାଣି ଜମିରେ ମାଡି ଯାଇ ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି । ଏହି ଚୋରା ଚାଲାଣ ବନ୍ଦ କରିବା ଦାବିରେ ବହୁବାର ଗ୍ରାମବାସୀ କର୍ତ୍ତୃପକ୍ଷ ଅଭିଯୋଗ କରିଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବାଲି ଚୋରା ଚାଲାଣ ଫଳରେ ଜମିର ଉର୍ବରତା ନଷ୍ଟ ହେବାର ସମ୍ଭାବନା ଏବଂ ପଦର ଗୁଡିକ ନଷ୍ଟ ହୋଇଯିବାର ସମ୍ଭାବନାକୁ କେନ୍ଦ୍ରକରି ଦୀର୍ଘଦିନଧରି ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁ ଥିଲା ଯାହାର ପରିଣତିରେ କିଛିଦିନ ପୂର୍ବରୁ ଏକ ଅସ୍ୱାଭାବିକ ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା । ତେଣୁ ନଦୀ ପଠାରୁ ବାଲି ଚୋରା ଚାଲାଣ ହେବା ଫଳରେ ଯେଉଁ ଚାଷ ନଷ୍ଟ ହେବାର ସମ୍ଭାବନା ସୃଷ୍ଟି ହୋଇଛି ଏହା ସମ୍ପର୍କରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଓ ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତଗ୍ର୍ତ ବିଭିନ୍ନ ଅଞ୍ଚଳରେ ଯେଉଁ ବାଲି ଉତ୍ତୋଳନ ହେଉଛି ତାର ସଠିକ୍ ଅନୁସନ୍ଧାନକରି ତାଦ୍ୱାରା ଯେପରି ପ୍ରାକୃତିକ ବିପର୍ଯ୍ୟୟ ଏବଂ ନଦୀ ଉପକୂଳବର୍ତ୍ତି ଅଞ୍ଚଳରେ ଯେଉଁ ଚାଷ ନଷ୍ଟ ହେଉଛି ତାହା ଯେପରି ସୁରକ୍ଷିତ ରହିବ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦିଅନ୍ତୁ ବୋଲି ଏସ୍ୟୁସିଆଇ(କମ୍ୟୁନିଷ୍ଟ)ର ସମ୍ପାଦକ ସୋମନାଥ ବେହେରା ଏକ ଦାବିପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କୁ ପ୍ରଦାନ କରିଥିବା ଦାବିରେ ଉଲ୍ଲେଖ ରହିଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO