ଭୁବନେଶ୍ୱର – ଦାଣ୍ଡିମାଳ ସେବକ ସଂଘ ଆନୁକୂଲ୍ୟରେ ପାତ୍ରପଡ଼ାସ୍ଥିତ ଶ୍ରୀକ୍ଷେତ୍ର ବିହାରରେ ବରିÂ ନାଗରିକ ସମାବେଶ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବରିÂ ନାଗରିକମାନଙ୍କ ନିମନ୍ତେ ସରକାର ସବୁମତେ ପ୍ରଯତ୍ନ କରୁଛନ୍ତି ବୋଲି କହିଛନ୍ତି । ବରିÂ ନାଗରିକମାନଙ୍କ ସୁରକ୍ଷା ନେଇ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିଥିବା ଦର୍ଶାଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ଅନୁଭବ, ଉପଲବ୍ଧି ଓ ଅଭିଜ୍ଞତା ବଳରେ ବରିÂ ନାଗରିକମାନେ ସମାଜ ନିମନ୍ତେ ବିଶେଷ ସମ୍ବଳ ଭାବରେ ପରିଗଣିତ ।
ଏହି ଅବସରରେ ସଂଘ ପ୍ରାଙ୍ଗଣରେ ମନ୍ତ୍ରୀ ଶ୍ରୀ ପଣ୍ଡା ବୃକ୍ଷରୋପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁଚରଣ
ଦାସ, ବିଭୂତିଭୂଷଣ ବଳବନ୍ତରାୟ, ରଣସିଂହପୁର ପଂଚାୟତର ସରପଂଚ ରଞ୍ଜନ କୁମାର ରାଉତରାୟ ମଧ୍ୟ ଯୋଗଦେଇଥିଲେ । ଦାଣ୍ଡିମାଳ ସେବକ ସଂଘର ସଭାପତି ପ୍ରକାଶ କୁମାର ନାୟକ ଓ ସଂପାଦକ ସୁରେଶ ଚନ୍ଦ୍ର ନାୟକ ମଧ୍ୟ ବକ୍ତବ୍ୟ ରଖିଥିଲେ ।
Related Stories
November 3, 2024