
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗୁରୁବାର ୧୭୭ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୭୭ଜଣ ସୁସ୍ଥ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୮୩ ରହିଛି । ଜିଲ୍ଳାରୁ ଗୁରୁବାର ୧୭୭ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୮ଜଣ କୋଭିଡ୍ ଯୋଦ୍ଧା ରହିଥିବା ବେଳେ ଜଣେ ରାଜ୍ୟ ଫେରନ୍ତା ରହିଛନ୍ତି । ସେହିପରି ୧୬୮ଜଣ ସ୍ଥାନୀୟ ସଂକ୍ରମଣ । ୮କୋଭିଡ ଯୋଦ୍ଧାଙ୍କ ମଧ୍ୟରେ ବିଏମ୍ସିରୁ ୫, ଛତ୍ରପୁର ୧, ଦିଗପହଣ୍ଡି ୧, ଜଗନ୍ନାଥପ୍ରସାଦରୁ ଜଣେ ରହିଛନ୍ତି । ସେହିପରି ରାଜ୍ୟଫେରନ୍ତାଜଣକ ବେଲଗୁଣ୍ଠା ବ୍ଲକ୍ର । ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୧୦, ବେଗୁନିଆପଡା ୧, ବେଲଗୁଣ୍ଠା ୫, ବିଏମ୍ସି ୨୫, ଭଞ୍ଜନଗର ୪, ବୁଗୁଡା ୨, ଛତ୍ରପୁର ୭, ଚିକିଟି ୨, ଧରାକୋଟ ୨, ଦିଗପହଣ୍ଡି ୪, ଗଞ୍ଜାମ ୮, ହିଞ୍ଜିଳିକାଟୁ ୪, ଜଗନ୍ନାଥପ୍ରସାଦ ୩, କବିସୂର୍ଯ୍ୟନଗର ୩, ଖଲ୍ଲିକୋଟ ୧୮, କୁକୁଡାଖଣ୍ଡି ୯, ପାତ୍ରପୁର ୭, ପୋଲସରା ୨, ପୁରୁଷୋତ୍ତମପୁର ୩, ରଙ୍ଗେଇଲୁଣ୍ଡା ୩୦, ସାନଖେମୁଣ୍ଡି ୩, ଶେରଗଡ ୧, ସୋରଡା ବ୍ଲକ୍ରୁ ୧୪ଜଣ ଓ ଅନ୍ୟାନ୍ୟ ଜଣେ ରହିଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୭୧୧୩ରେ ପହଞ୍ôଚଥିବା ବେଳେ ୧୮୩ଜଣଙ୍କ ମୃତ୍ୟୁ ହୋଇଛି । ସମୁଦାୟ ସୁସ୍ଥ ସଂଖ୍ୟା ୧୫୪୬୨ରେ ପହଂଚିଛି । ଜିଲ୍ଲାରେ ଏବେ ୧୪୬୦ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO