
ବ୍ରହ୍ମପୁର:ଦିଗପହଣ୍ଡି ବ୍ଳକ ଚୌଧୁରୀ ଟିକରପଡ଼ା ଗାଁ ରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଅଦ୍ଵୈତ କୁମାର ସ୍ବାଇଁ ଏବଂ ଏନଫୋର୍ସମେଣ୍ଟ ସ୍କୁଆର୍ଡ ଙ୍କୁ ଆକ୍ରମଣ ଅଭିଯୋଗରେ କେ.ନୂଆଗାଁ ଥାନାରେ ୨୦ ରୁ ଉର୍ଦ୍ଧ୍ବ ଗ୍ରାମବାସୀ ଙ୍କ ନାଁ ରେ ହତ୍ୟା ଉଦ୍ୟମ ମାମଲା ରୁଜ୍ଜୁ କରାଯାଇଛି। ଗୁରୁବାର ଅପରାହ୍ନରେ ଚୌଧୁରୀ ଟିକର ପଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ପୀତବାସ ଚଣ୍ଡ,ପୂର୍ବତନ ସରପଞ୍ଚ ରଘୁନାଥ ପାତ୍ର,ଗୌଡ ଗାଁ ପଞ୍ଚାୟତ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ,ବିଜୟ ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସୂର୍ଯ୍ୟନାରାୟଣ ସାହୁ, ସାମାଜିକ କର୍ମୀ ତ୍ରିପତି ପାତ୍ର ଙ୍କ ଉପସ୍ଥିତିରେ ଗାଁ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ବ୍ରହ୍ମପୁର ଉପଜିଲାପାଳ ଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ସବିଶେଷ ଆଲୋଚନା କରିବାସହ ଘଟିଯାଇଥିବା ଅଘଟଣ ସମ୍ପର୍କରେ ଗଭୀର ଦୁଃଖ ପ୍ରକାଶ କରିବାସହ କ୍ଷମା ଭିକ୍ଷା ସମ୍ପର୍କିତ ଲିଖିତ ଯାଚିକା ପ୍ରଦାନ କରିଥିବା ଜଣାପଡିଛି। ସେହିପରି ପୂର୍ବାହ୍ନ ରେ ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟରେ ଗାଁ କମିଟିର ପ୍ରତିନିଧି ବୃନ୍ଦ ତହସିଲଦାର ଙ୍କୁ ସାକ୍ଷାତ କରି ଚିକିଟି ଏସଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ଙ୍କ ଉପସ୍ଥିତିରେ ଘଟଣାଦିନର ଅସ୍ବାଭାବିକ ପରିସ୍ଥିତି ପାଇଁ ସମସ୍ତ ଭୂଲ ସ୍ବୀକାର କରିବାସହ ଲିଖିତ ଭାବେ କ୍ଷମା ଯାଚିକା ପ୍ରଦାନ କରିଛନ୍ତି।ସୂଚନା ଯୋଗ୍ୟ ଏହିକି ଯେ, ଶନିବାର ଗ୍ରାମବାସୀ କୋଭିଡ – ୧୯ ନୀତି ନିୟମକୁ ଉଲ୍ଲଂଘନ କରି ଗଣେଶ ପୂଜା ମେଢ଼ମଣ୍ଡପ ନିର୍ମାଣ କରି ପୂଜା ଚଳାଇଥିଲେ। ଗାଁ ରେ ବିଳମ୍ବିତ ସନ୍ଧ୍ୟା ଯାଏଁ ବିଭିନ୍ନ ଦୋକାନ ବଜାର ଖୋଲାଯାଇଥିବା ଅଭିଯୋଗ ହସ୍ତଗତ ହେବାପରେ ଦିଗପହଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଅଦ୍ଵୈତ କୁମାର ସ୍ବାଇଁ, ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନ,ରାଜସ୍ବ ନୀରିକ୍ଷକ ଚିତ୍ରସେନ ଦଳାଇ ଏନ୍ଫୋର୍ସମେଣ୍ଟ ସ୍କୁଆର୍ଡ୍ ଏବଂ ନୂଆପଡ଼ା ଫାଣ୍ଡି ପୋଲିସ ସହ ଗାଁ ରେ ପହଞ୍ଚି ଜିଲପହଞ୍ଚି ଜିଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ମେଢ଼ ମଣ୍ଡପ ରେ ଗଣେଶ ପୂଜା ବନ୍ଦ ପାଇଁ ନିର୍ଦ୍ଦେଶ ଦେବା ସହ ଦୋକାନ ବଜାର ବନ୍ଦ କରିଥିଲେ।ବେଆଇନ ଭାବେ ସାମାଜିକ ଦୁରତ୍ଵ ରକ୍ଷା ନକରି ଗ୍ଲୋବସ , ମାସ୍କ ନ ପିନ୍ଧି କିମ୍ବା ପାଖରେ ସାନିଟାଇଯର ନରଖି ଦୋକାନ ସମ୍ମୁଖରେ ବ୍ୟାରୀକେଟ ନକରି ଲୋକଙ୍କୁ ବିଭିନ୍ନ ସାମଗ୍ରୀ ବିକ୍ରୀ କରୁଥିବା ୨ ଟି ରାସନ ଦୋକାନ କୁ ସିଲ୍ କରି ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ ଦେବା ଖବର ପାଇ ବହୁ ସଂଖ୍ୟକ ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ତହସିଲଦାର ଙ୍କ ସହ ଯୁକ୍ତିତର୍କ କରିଥିଲେ। ଦୋକାନ ୨ ଟିରୁ ସିଲ୍ ଖୋଲିବା ପାଇଁ ଧମକ ଦେଇଥିଲେ। ରାଜସ୍ବ ନୀରିକ୍ଷକ ଦୋକାନ ୨ ଟି ରୁ ସିଲ୍ ଖୋଲୁଥିବା ବେଳେ ତାଙ୍କ ମୋବାଇଲ ଫୋନ କୁ କିଛି ବ୍ୟକ୍ତି ଛଡାଇ ନେବାକୁ ଉଦ୍ୟମ କରିଥିଲେ। ପରେ ତହସିଲଦାର ଓ ଅତିରିକ୍ତ ତହସିଲଦାର ଙ୍କୁ ହତ୍ୟା ଉଦ୍ୟମ କରି ଠେଲା ପେଲା କରିବାସହ ଆକ୍ରମଣ କରିଥିଲେ। ତହସିଲଦାର ଙ୍କ ଏତଲା କ୍ରମେ କେ. ନୂଆଗାଁ ଥାନା ମାମଲା ନଂ.୧୭୮/୨୦ ଦଫା – ୧୪୭/୧୪୮/୧୧୪/୨୬୯/୨୭୦/୨୮୩/୨୯୪/୩୦୭/୩୩୨/୩୪୧/୩୫୩/୫୦୬/୧୪୯ ଆଇପିସି , ୩ ପିଡିପିପି ଆକ୍ଟ, କ୍ରିମିନାଲ – ଲ ଆକ୍ଟ ର ଧାରା – ୭ ସମେତ ଏପିଡେମିକ୍ ଡ଼ିଜିଜ ଆକ୍ଟ ର ଧାରା – ୩ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ଗିରଫ ଭୟରେ ଅଭିଯୁକ୍ତମାନେ ଗାଁ ରୁ ଫେରାର ଥିବା ପୋଲିସ କହିଛି। ଏନେଇ ତହସିଲଦାର ଙ୍କୁ ପଚାରିବାରୁ ଗାଁ କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ ତାଙ୍କୁ ସାକ୍ଷାତ କରିଥିଲେ। ଜଣେ ସରକାରୀ ପଦାଧିକାରୀଙ୍କୁ କାର୍ଯ୍ୟରେ ବାଧା ସୃଷ୍ଟି ସହ ଆଇନ ହାତକୁ ନେଇ ଆକ୍ରମଣ ସହ ଆସୌଜନ୍ୟ ବ୍ୟବହାର ପ୍ରଦର୍ଶନ ତାଙ୍କୁ ବାଧିଛି।ତେଣୁ ଏନେଇ ସେ ଅଧିକା କିଛି ପ୍ରତିକ୍ରିୟା ଦେଇପାରିବେ ନାହିଁ ବୋଲି କହିଛନ୍ତି।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO