
ପାରଳାଖେମୁଣ୍ଡି– ଗଜପତି ଜିଲ୍ଲା ପୋଲିସ ପକ୍ଷରୁ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଗତ ୨୬ ତାରିଖ ଦିନ ଜିଲ୍ଲାର ବିଭିନ୍ନ ଥାନା ପକ୍ଷରୁ ଏନେଇ ବ୍ୟାପକ ଧରପଗଡ଼ କରାଯିବା ସହ ଲକ୍ ଡାଉନ୍ କଟକଣା ଓ କୋଭିଡ଼୍ ଆଇନ୍ ଭଙ୍ଗ କରୁଥିବା ଏବଂ ମୁହଁରେ ମାସ୍କ ପିନ୍ଧୁ ନଥିବା ଅମାନିଆଙ୍କ ଠାରୁ ଜୋରିମାନା ବାବଦକୁ ମୋଟ୍ ୧୮ ହଜାର ୫୦୦ ଟଙ୍କା ଆଦାୟ କରାଯାଇଛି ।
ବିଭାଗୀୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ମାସ୍କ ପିନ୍ଧି ନଥିବା ଲୋକଙ୍କ ଠାରୁ ପାରାଖେମୁଣ୍ଡି ଆଦର୍ଶ ଥାନା ୩୨୦୦ ଟଙ୍କା, ରାୟଗଡ଼ ଥାନା ୨୧୦୦ ଟଙ୍କା, ଗୁରାଣ୍ଡି ଥାନା ୧୮୦୦ ଟଙ୍କା, କାଶୀନଗର ଥାନା ୧୦୦୦ ଟଙ୍କା, ରାମଗିରି ଥାନା ୬୦୦ ଟଙ୍କା, ମୋହନା ଥାନା ୧୨୦୦ ଟଙ୍କା ଏବଂ ଅଡ଼ବା ଥାନା ପକ୍ଷରୁ ଜୋରିମାନା ବାବଦକୁ ୧୬୦୦ ଟଙ୍କା ଆଦାୟ କରାଯାଇଛି । ଏହି ମୋଟ୍ ୧୧ ହଜାର ୫୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି ।
ଅନୁରୂପ ଭାବେ, କୋଭିଡ଼୍ -୧୯ ଓ ଲକ୍ ଡାଉନ୍ କଟକଣା ଉଲ୍ଲଙ୍ଘନକାରୀଙ୍କ ଠାରୁ ଜୋରିମାନା ବାବଦକୁ ମୋଟ୍ ୭୦୦୦ ଟଙ୍କା ଆଦାୟ କରାଯାଇଛି ।