ଭୁବନେଶ୍ୱର – ପ୍ରଥମ ଥର ପାଇଁନୀତି ଆୟୋଗ ପକ୍ଷରୁବିଦ୍ୟାଳୟଶିକ୍ଷାମାନକସୂଚକାଙ୍କ (ଏସଇକୁ୍ୟଆଇ) ବିକଶିତ କରାଯାଇଛି । ଏହାମାଧ୍ୟମରେ ସ୍କୁଲଶିକ୍ଷା କ୍ଷେତ୍ରରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶର ପ୍ରଦର୍ଶନରମୂଲ୍ୟାଙ୍କନ କରିବା ନିମନ୍ତେ ପ୍ରୟାସକରାଯାଇଛି । ଫଳାଫଳ ଆଧାରିତଶିକ୍ଷା ନୀତି ଉପରେ ଗୁରୁତ୍ୱାରୋପ କରାଯାଇରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୁଡ଼ିକୁ ସେମାନଙ୍କ ସାମର୍ଥ୍ୟ ଓ ଦୁର୍ବଳତା ଚିହ୍ନଟ କରିବା ଲାଗି ଏକ ମଂଚ ଯୋଗାଇ ଦେବା ସହିତ ତ୍ରୁଟିସୁଧାରଏବଂ ନୀତିଗତ ହସ୍ତକ୍ଷେପ କାର୍ଯ୍ୟକାରୀ କରିବା ଏହି ସୂଚକାଙ୍କର ଉଦେ୍ଧଶ୍ୟ ।
ନୀତି ଆୟୋଗର ଉପାଧ୍ୟକ୍ଷ ଡ. ରାଜୀବକୁମାର, ସଦସ୍ୟ ଡ. ବିନୋଦ ପଲ, ମୁଖ୍ୟ କାର୍ଯ୍ୟନିର୍ବାହୀଶ୍ରୀ ଅମିତାଭକାନ୍ତ, ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଶ୍ରୀମତୀ ରୀନାରାୟଙ୍କ ସମେତବିଶ୍ୱବ୍ୟାଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେଏସଇକୁ୍ୟଆଇର ପ୍ରଥମ ସଂସ୍କରଣ ଉନ୍ମୋଚନ କରାଯାଇଥିଲା ।
ପ୍ରତିଦ୍ୱନ୍ଦ୍ୱିତାମୂଳକ ତଥା ସହଯୋଗୀ ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଜଣାଇ ନୀତି ଆୟୋଗ ପକ୍ଷରୁ ଏସଇକୁ୍ୟଆଇ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଗୁଡ଼ିକୁ ଶ୍ରେÂଜ୍ଞାନ ଏବଂ ପ୍ରଚଳନ ଯୋଗାଇ ଦେବାଲାଗି ପ୍ରୟାସ କରାଯାଇଛି । ଏହାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ବିଶ୍ୱବ୍ୟାଙ୍କ ଏବଂ କ୍ଷେତ୍ରୀୟ ବିଶେଷଜ୍ଞଙ୍କ ସହାୟତାରେ ମିଳିତ ଭାବେ ବିକଶିତ କରାଯାଇଛି । ଶିକ୍ଷାଦାନର ମାନ ଦିଗରେ ୩୦ଟି ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କକୁ ଏଥିରେ ସାମିଲ କରାଯାଇଛି ।
ଦୁଇଟି ପ୍ରମୁଖବର୍ଗ ଯଥା, ଫଳାଫଳଏବଂ ଫଳାଫଳ ହାସଲ ଦିଗରେ ପ୍ରଶାସନିକ ପ୍ରକ୍ରିୟାର ସହାୟତା ଆଧାରରେ ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଛି । ୨୦ଟି ବୃହତ ରାଜ୍ୟ ମଧ୍ୟରୁ ୧୦ଟି ରାଜ୍ୟ ଫଳାଫଳ ବର୍ଗରେ ଉନ୍ନତ ପ୍ରଦର୍ଶନ କରିଛନ୍ତି । କର୍ଣ୍ଣାଟକ, ଝାଡ଼ଖଣ୍ଡଏବଂ ଆନ୍ଧ୍ରପ୍ରଦେଶର ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି । ଅନ୍ୟ ବୃହତ ରାଜ୍ୟ ଗୁଡ଼ିକ ଫଳାଫଳ ହାସଲ ଦିଗରେ ପ୍ରଶାସନିକ ପ୍ରକ୍ରିୟାର ସହାୟତା ବର୍ଗରେ ଉନ୍ନତ ପ୍ରଦର୍ଶନ କରିଛନ୍ତି ।ଏହି ବର୍ଗରେ ଓଡ଼ିଶା, ପଞ୍ଜାବ ଓ ହରିୟାଣାର ପ୍ରଦର୍ଶନ ଉନ୍ନତ ରହିଛି ।
ବିଦ୍ୟାଳୟ ଶିକ୍ଷାଦାନରୁ ଏକ ସଫଳ ପରିଣାମ ଆସିବାର ଆବଶ୍ୟକତା ରହିଛି । ଏ କ୍ଷେତ୍ରରେ ସୁଧାର ଆଣିବାକୁହେଲେ ଏକ ବିଶ୍ୱସନୀୟ ନିରୀକ୍ଷଣବ୍ୟବସ୍ଥାଗୁରୁତ୍ୱପୂର୍ଣ୍ଣ ।ଶିକ୍ଷା ଦିଗରେ ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ କେନ୍ଦ୍ରୀଭୂତ କରିବା ଉଦେ୍ଧଶ୍ୟରେ ଏସଇକୁ୍ୟଆଇରେ ଶିକ୍ଷାଦାନ ଫଳାଫଳ ଉପରେ ଗୁରୁତ୍ୱାରୋପ କରାଯାଇଛି ।
Related Stories
November 22, 2024