କେନ୍ଦୁଝର,କେନ୍ଦୁଝର ଜିଲ୍ଲାରେ ଘରେ ଶୋଇଥିବା ବେଳେ ସାପ କାମୁଡା ରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ତୁରୁମୁଙ୍ଗା ଥାନା କନ୍ଟିଆପଡା ପନ୍ଚାୟତ ଅନ୍ତର୍ଗତ ଯାମୁନାଳିଆ ଗ୍ରାମ ବୁଢବଣ ସାହୀ ର ରଘୁ ନାଏକ । ରଘୁ ନାଏକଙ୍କ ପୁଅଙ୍କର କହିବା ଅନୁସାରେ ଗତକାଲି ବୁଧବାର ରାତି ରେ ରଘୁ ନାଏକ ଖିଆପିଆ ସାରି ଘରେ ଶୋଇଥିଲେ । କିନ୍ତୁ ସେ ସମୟରେ ରାତିରେ ବିଦ୍ୟୁତ ଲାଇନ ନଥିବା ବେଳେ ରାତି ରେ ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ବିଶାକ୍ତ ସାପ କାମୁଡି ଦେଇଥିଲା । ଯେଉଁଥିପାଇିଁ କିଛି ସମୟ ପରେ ରଘୁ ଅସୁସ୍ଥ ଅନୁଭବ କରିଥିଲେ । ଫଳରେ ପରିବାର ସଦସ୍ୟ ତୁରନ୍ତ ତାଙ୍କୁ ରାତି ପ୍ରାୟ ୩ ଟା ସମୟରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ । ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହନ୍ଚିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏଭଳି ହଠାତ୍ ଘରର ର ମୁରବୀଙ୍କୁ ହରାଇ ପରିବାର ଲୋକେ ସଂପୁର୍ଣ୍ଣ ଭାଙ୍ଗି ପଡିଛନ୍ତି । ତୁରୁମୁଙ୍ଗା ପୋଲିସ ପହନ୍ଚି ଶବ ଜବଦ କରିଥିଲ । ଏବଂ ଶବ ବ୍ୟବେଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଥାନାରେ ଏ ନେଇ ଏକ ମାମଲା ରୂଜୁ ହୋଇଥିବା ଥାନା ଅଧିକାରୀ ବିରେନ୍ଦ୍ର ଶିଆଳ ଙ୍କ ଠାରୁ ସୂଚନା ମିୁଳିଛି । କେନ୍ଦୁଝର ଜିଲ୍ଲାରେ ଗତ ଦୁଇଦିନ ଧରି ଲଘୁଚାପ ଜନିତ ପ୍ରବଳ ବର୍ଷା କାରଣରୁ ଜିଲ୍ଲାର ଅଧିକାଂଶ ଅନ୍ଚଳର ଲୋକଙ୍କର ଜୀବନଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ଘରେ ମଧ୍ୟ ପାଣି ପଶିଛି । ସବୁଆଡେ ସନ୍ତସନ୍ତିଆ ଅବସ୍ଥା । ଏଭଳି ସ୍ଥିତିରେ ସାପ ଗାତ ମାନଙ୍କରେ ବର୍ଷାଜଳ ପଶିଛି । ଫଳରେ ବିଷଧର ସାପ ମାନେ ଗାତରୁ ବାହାରି ବିଭିନ୍ନ ଆଡେ ବୁଲୁଥିବା ବେଳେ ଘରମାନଙ୍କରେ ପଶୁଛନ୍ତି । ଯାହା କି ଲୋକଙ୍କଙ୍କ ପାଇିଁ ବିପଦ ସୃଷ୍ଟି କରିଛି ।
Related Stories
November 23, 2024