
ଗୋଟେ ପାର୍ଶ୍ବରେ ଜିଲ୍ଲାପାଳ ପୌରସଂସ୍ଥା ର ଅଧ୍ୟକ୍ଷ ରୂପେ ଜମି ନେଇ ଅନ୍ୟପଟେ ତହସିଲ କାର୍ଯ୍ୟାଳୟର ଅପବ୍ଯବହାର କରି ରାଜସ୍ୱ ବିଭାଗ ନାମରେ ଦାଖଲ ଖାରଜ କେସ କରି ମାଲିକାନା ହାତେଇବା ପରେ ବିକ୍ରି ସମ୍ପୂର୍ଣ୍ଣ ବେଆଇନ ।
ବାବୁ କହ୍ନେୟାଲାଲ ବଗଲା ଙ୍କ ଉତ୍ସର୍ଗ ଓ ସଂକଳ୍ପ ବଳବତ୍ତର ରହିବା ଓ ସମସ୍ତ କବଲା ତୁରନ୍ତ ବାତିଲ ସହ ବଗଲାଧର୍ମଶାଳା ପରିଚାଳନା ପାଇଁ ଏକ ପରିଚାଳନା କମିଟି ଗଠନ କରାଯାଇ ତୁରନ୍ତ ଜଗନ୍ନାଥ ଭକ୍ତ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉ ନଚେତ୍ ଯୁବ କଂଗ୍ରେସ ଏହି ଆନ୍ଦୋଳନ ପୁରୀରୁ ଆରମ୍ଭ କରି ସମଗ୍ର ଓଡିଶାରେ ଆନ୍ଦୋଳନ ବ୍ୟାପକ କରିବ ।
ଆଜିର କାର୍ଯ୍ୟକ୍ରମ ରେ ବରିଷ୍ଠ କଂଗ୍ରେସ ନେତା ସୁରେଶ ଚନ୍ଦ୍ର ରାଉତରାଏ ନିଜ ଭାଷଣରେ ନବୀନ ପଟ୍ଟନାୟକ ସରକାରଙ୍କ ୨୧ ବର୍ଷର ବିଫଳତା ବକ୍ଷାଣିଥିଲେ ଓ ସେ ଜଗନ୍ନାଥ ମହାପ୍ରଭୁ ଙ୍କ ପାଇକ ସେବାୟତ ବା ସୈନିକ ହିସାବରେ ଜଗନ୍ନାଥ ମହାପ୍ରଭୁଙ୍କ ଉଦେଶ୍ଯରେ ଦାନ ଜମି ସରକାର ବା ଜିଲ୍ଲାପାଳ ଙ୍କ ବିକ୍ରି ସଂପୂର୍ଣ୍ଣ ବେଆଇନ କହିଥିଲେ ସେହିପରି ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥୀ ତଥା ରାଜ୍ୟ ମିଡିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଶ୍ରୀ ମନ୍ଦିରର ଚତୁଃପାର୍ଶ୍ବରେ ୭୫ ମିଟର ଜମି ଅଧିଗ୍ରହଣ ଆଇନ ଅନୁଯାୟୀ ହୋଇନଥିବା ସେ କହିଥିଲେ ଏବଂ ବଗଲାଧର୍ମଶାଳା ଜମି ବିକ୍ରି ବେଆଇନ କାର୍ଯ୍ୟ ତୁରନ୍ତ ବାତିଲ କରାଯାଉ ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସଭ୍ୟ ସୁଜିତ ମହାପାତ୍ର, ଅଜିତ ମଙ୍ଗରାଜ, ରାଜେଶ ମିଶ୍ର, ଗୋପାଳଚନ୍ଦ୍ର ଖୁଣ୍ଟିଆ ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରେମଜିତ ମହାନ୍ତି ଙ୍କ ନେତୃତ୍ଵରେ ଅମରେନ୍ଦ୍ର ପାଇକରାଏ, ସ୍ବାଧୀନ କୁମାର ପଣ୍ଡା, ରାଜ୍ୟ ମିଡିଆ ସଂଯୋଜକ ଦୀପକ କୁମାର ମହାପାତ୍ର, ରାଜରତନ ମହାପାତ୍ର, ସର୍ବେଶ୍ବର ସ୍ବାଇଁ, ବିଶ୍ବରଂଜନ ମହାପାତ୍ର, ବିଦୁଲତା ଆଚାର୍ଯ୍ୟ, ନିରୁପମା ପାତ୍ର, ସରସ୍ବତୀ ପାତ୍ର, ସତ୍ୟପ୍ରକାଶ ବରାଳ, ପଦ୍ମନାଭ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ସ୍ମୃତିରଂଜନ ପତି, ସ୍ବାଧୀନ କୁମାର ପଣ୍ଡା, ବିଶ୍ବନାଥ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ |ଯୁବ କଂଗ୍ରେସ କମିଟି ର ପୁରୀ ଜିଲ୍ଲା ସଭାପତି ପ୍ରେମଜିତ ମହାନ୍ତି ଗଣମାଧ୍ୟମକୁ ଏହି ସୂଚନା ପ୍ରଦାନ କରିଛନ୍ତି |