କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଭାଦ୍ରବ ଶୁକ୍ଳ ସୋମବାର ଆଜି ସକାଳ ଧୂପ ପରେ କୁକୁଟି ବ୍ରତପାଇଁ ମହାଲଷ୍ମୀ ,ଲକ୍ଷ୍ମୀ ମନ୍ଦିରକୁ ବିଜେ କରିଥିଲେ ସେଠାରେ କୁକୁଟି ବ୍ରତ ସାରି ସୁସଜିତ ପାଲିଙ୍କିରେ ଫେରିବା ପରେ ମଧ୍ୟାହ୍ନ ଧୂପ ଅନୁଷ୍ଠିତ ହୋଇଥିଲା ।
ବିମ୍ବାସୁର ବଧ ନୀତି ଆଜି ସନ୍ଧ୍ୟା ଧୂପ ବଢ଼ିଲାପରେ ଦକ୍ଷୀଣ ଘରୁ ମଦନମୋହନ ବିଜେ ହୋଇ ଆଜ୍ଞା ମାଳ ପାଇ ନଟପା ମନ୍ଦିର ଖଟ ଉପରେ ବିଜେ ହେବା ପରେ ଶୀତଳ ଭୋଗ ବନ୍ଦା ପନା ହୋଇଥିଲା | ପରେ ମାର୍କଣ୍ଡେଶ୍ଵର ସହି ଲୋକ ବିମ୍ବାସୁର ବଧ ପ୍ରସ୍ତାବ କରିଥିଲେ |ଏବଂ ପରେ ବିମ୍ବାସୁର ବଧ ନାଟ କଲାପରେ ଶୀତଳ ଭୋଗ ବନ୍ଦାପନା ହୋଇ ବାହୁଡା ବିଜେ କରିଥିଲା|
Related Stories
November 28, 2024
November 28, 2024