
ବାଲେଶ୍ୱର : (କୃଷ୍ଣ କୁମାର ମହାନ୍ତି) ଆଜି ପୂର୍ବାହ୍ନରେ ବାଲେଶ୍ଵର ପୌର ପରିଷଦର ପୂର୍ବତନ ନଗରପାଳ ଆଲୋକ କୁମାର ସାହୁଙ୍କ ପକ୍ଷରୁ କରୋନା ଭଳି ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗେଇ କାର୍ଯ୍ୟ ରତ କିଛି କରୋନା ଯୋଦ୍ଧାଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ସମ୍ବର୍ଦ୍ଧିତ କରାଯାଇଛି। ବାଲେଶ୍ଵର ସହରର ୧୩ ନମ୍ବର ୱାର୍ଡ଼ରେ କାର୍ଯ୍ୟ କରୁଥିବା କୋଭିଡ ଯୋଦ୍ଧା ଏଥର ସମ୍ବର୍ଦ୍ଧିତ ହୋଇଛନ୍ତି।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସମାଜସେବୀ ଓ ଯୁବ ସଂଗଠକ ସଲିମ ରାଜା ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କର ଉତ୍ସାହ ବଢାଇଥିଲେ। ଆଶାକର୍ମୀ ଅନ୍ନପୂର୍ଣା ରାଉତ, କାଞ୍ଚନ ଦାସ, ଅଙ୍ଗନବାଡି କର୍ମୀ ସନ୍ତୋଷିନୀ ମଲ୍ଲିକ, ସନମିଷ୍ଟା ପଣ୍ଡା, ଭାରତୀ ନାୟକ ପ୍ରମୁଖଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା।
ଆଗାମୀ ଦିନମାନଙ୍କରେ ଏହି କାର୍ଯ୍ୟକ୍ରମ ଅନ୍ୟ ୱାର୍ଡ ମାନଙ୍କରେ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ସାହୁ। ଉକ୍ତ କାର୍ଯ୍ୟକ୍ରମରେ ରିୟା ବାରିକ ଓ ଅନ୍ୟମାନେ ସହଯୋଗ କରିଥିଲେ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO