
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ସମାଜସେବୀ ଓ ଯୁବ ସଂଗଠକ ସଲିମ ରାଜା ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କର ଉତ୍ସାହ ବଢାଇଥିଲେ। ଆଶାକର୍ମୀ ଅନ୍ନପୂର୍ଣା ରାଉତ, କାଞ୍ଚନ ଦାସ, ଅଙ୍ଗନବାଡି କର୍ମୀ ସନ୍ତୋଷିନୀ ମଲ୍ଲିକ, ସନମିଷ୍ଟା ପଣ୍ଡା, ଭାରତୀ ନାୟକ ପ୍ରମୁଖଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା।
ଆଗାମୀ ଦିନମାନଙ୍କରେ ଏହି କାର୍ଯ୍ୟକ୍ରମ ଅନ୍ୟ ୱାର୍ଡ ମାନଙ୍କରେ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ସାହୁ। ଉକ୍ତ କାର୍ଯ୍ୟକ୍ରମରେ ରିୟା ବାରିକ ଓ ଅନ୍ୟମାନେ ସହଯୋଗ କରିଥିଲେ।