ମାଲକାନଗିରି – ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପୋଗ୍ରେସିପ୍ ସିଟିଜନ ଫୋରମ ପକ୍ଷରୁ ୨୭ ତମ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରେ ଆଜି ଏକ ମିନି ମାରାଥନର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରିସିକେଶ ଖିଲାଡି, ଆବାହକ ଦୂର୍ଗା ତ୍ରିପାଠୀ, ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା, କେ ଦେସିରାଜ ଆଚାରି, ବିନାସ ମିଶ୍ର, ସମାସେବୀ ଭାସ୍କର ବେହେରା, ସୁରେନ୍ଦ୍ରନାଥ ପଢ଼ି, ଶିଳ୍ପପତି ତପନ ସେନ, ଗୌରାଗ କର୍ମକାର, ଏ କେ ବିସ୍ବାଳ, ଥାନା ନିରିକ୍ଷକ ରାମପ୍ରସାଦ ନାଗ, ସୁସାନ୍ତ ସାମଲ, ଦିଲୀପ ପାତ୍ର, ଦୁର୍ଯୋଧନ ପାତ୍ର, ରମ୍ୟରଞନ ପରିଡା, ପ୍ରଶାନ୍ତି ବିଶୋଇ ପ୍ରମୁଖ ଶତାଧିକ ଜନସାଧାରଣ ଓ ପୋଲିସ କର୍ମଚାରି ଯୋଗଦେଇ ଡି ଏନ କେ ପଡ଼ିଆରୁ ଷ୍ଟାଡିୟମ ପର୍ଯ୍ୟନ୍ତ ମାରାଥନ ହୋଇଥିଲା । ଆଗାମି କାଲି ପଥ ଉସ୍ଛବ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ଅତିଥି ମାନେ କହିଥିଲେ ।
ସୂଚନାଯୋଗ୍ୟ ଯେ, ୧୯୯୨ ଅକ୍ଟୋବର ୨ ତାରିଖରେ ମାଲକାନଗିରିକୁ ଜିଲ୍ଲାର ମାନ୍ୟତା ମିଳିଥିଲା ।