ଭୁବନେଶ୍ୱର– ସ୍କୁଲ ପାଠ୍ୟକ୍ରମରେ ସିଲାବସ୍ ହ୍ରାସ କରିବା ସମ୍ପର୍କିତ ନିଷ୍ପତି ଏହି ସପ୍ତାହରେ ନିଆଯିବ । ଖୁବ୍ ଶୀଘ୍ର ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ ଦୂର ହେବ । ସିଲାବସ୍ ସମ୍ପର୍କରେ ବିଭାଗୀୟ ସଚିବଙ୍କ ଦ୍ୱାରା ଯାଂଚ ଜାରୀ ରହିଛି । ବିଶେଷଜ୍ଞ କମିଟି ସେମାନଙ୍କ ରିପୋର୍ଟ ଦେଇ ସାରିଛନ୍ତି । ତେବେ କେତେ ପ୍ରତିଶତ ସିଲାବସ୍ କମାଯିବା ନିଷ୍ପତି ହୋଇନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ ସିବିଏସଇ ସିଲାବସ୍ କମାଇବା ପରେ ମଧ୍ୟ କିଛି ବିଷୟକୁ ନେଇ ଦ୍ୱନ୍ଦ ରହିଥିଲା । ସେଭି ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । କେତେ ପ୍ରତିଶତ ସିଲାବସ୍ କମିବ ତାହା ସ୍କୁଲ ଖୋଲାଯିବା ଉପରେ ନିର୍ଭର କରେ ବୋଲିସେ କହିଛନ୍ତି ।