
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଚଳିତ ବର୍ଷ ଭଞ୍ଜନଗର ଠାରେ କୋରନା କଟକଣା ଯୋଗୁଁ ଗଣେଶପୁଜା ଫିକା ପଡିଯାଇଛି।ତେଣୁ ନା ଅଛି ପୂଜା ମଣ୍ଡପ, ସାଜସଜ୍ଜା, ତୋରଣ ଓ ମେଢ଼ ର ଆକର୍ଷଣ।ଯାହା ଫଳରେ ପ୍ରତିବର୍ଷ ଭଳି ଏଥର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନ୍ତରିକତା ନଥିବା ଦେଖାଯାଇଛି।କାଁ ଭାଁ କେତେକ ସ୍ଥାନରେ ନିରାଡ଼ମ୍ବର ଭାବେ କୋଭିଡ଼ ନିୟମ ଅନୁସାରେ ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା କରାଯାଇଥିଲା।ସେହିପରି କଲେଜ ରୋଡ଼ ଏସ.ବି.ଆଇ ଏଟିଏମ ନିକଟରେ ଥିବା ୟୁନିକ ଡ୍ୟାନ୍ସ ଏକାଡେମୀ ରେ ଗଣେଶପୁଜା ଅନୁଷ୍ଠିତ ହୋଇଥିଲା।ଏଥିରେ କର୍ତ୍ତା ଭାବେ ଅନୁଷ୍ଠାନର ମୁଖ୍ୟ ଜୟକୃଷ୍ଣ ପଟ୍ଟନାୟକ ଓ ନିର୍ଦ୍ଦେଶକ ପିଣ୍ଟୁ ବିଷୋୟୀ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ।ଏଥିରେ ନୃତ୍ୟାନୁଷ୍ଠାନ ର କେତେକ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ।