
ବେଲଗୁଣ୍ଠା-ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନାଟେଙ୍ଗା ପଞ୍ଚାୟତର ପୁର୍ବତନ ସମିତି ସଭ୍ୟ ତଥା ବରିଷ୍ଠ ବିଜେଡି ନେତା ସନ୍ତୋଷ ଲେଙ୍କା(୫୫)ଙ୍କ ଗତ ଗୁରୁବାର ଦିନ ୨.୩୦ ସମୟରେ କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ କୋଭିଡ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି ।ସ୍ୱର୍ଗତ ଲେଙ୍କାଙ୍କ ଜ୍ୱର, କାଶ ହେବାରୁ ଜୟପୁର ସ୍ଥିତ ସରକାରୀ ଡାକ୍ତରଖାନାକୁ ଗତ ୧୬ ତାରିଖ ଦିନ ଯାଇଥିଲେ ।ସେଠାରେ ତାଙ୍କର କୋଭିଡ ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ୍ ଆସିଥିଲା ।ତାଙ୍କୁ ଜୟପୁର କୋଭିଡ ହସପିଟାଲରେ ଚିକିତ୍ସା କରାଯାଉଥିଲା ।ଚିକିତ୍ସାଧିନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିଲେ । ଜୟପୁର ପ୍ରଶାସନ ତରଫରୁ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀ ଭାଗ୍ୟଲତା, ପୁଅ ପପୁନ୍,ଝିଅ ପପିନା ଆଉ ଟିକିନା ଯାଇ ତାଙ୍କ ଶେଷ ଦର୍ଶନ କରିଥିଲେ ।ସ୍ୱର୍ଗତ ଲେଙ୍କା ୧୯୯୨ରୁ ୧୯୯୭ ପର୍ଯ୍ୟନ୍ତ ନାଟେଙ୍ଗା ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ।ଗଞ୍ଜାମ ଜିଲ୍ଲାରେ ବରିଷ୍ଠ ରାଜନେତା ତଥା ପୁର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ସେ ଅତି ଘନିଷ୍ଠ ଥିଲେ ।ସେ ସୁପରକ୍ଳାଷ୍ ଠିକାଦାର ଭାବେ କାମ କରୁଥିଲେ ।ପରିବାର ସହ କୋରାପୁଟ ଜିଲ୍ଲା ସୁନାବେଡାରେ ବହୁ ବର୍ଷ ଧରି ରହିଆସୁଥିଲେ ।କୋରାପୁଟ ନିର୍ବାଚନ ମଣ୍ଡଳୀର ୧୫ ବର୍ଷ ହେବ ବିଜେଡି ସଭାପତି ଦାୟିତ୍ୱ ତୁଲାଇଆସୁଥିଲେ ।ଏହା ସହ ସୁନାବେଡା ମଣ୍ଡଳର ଆଳିଆ ଖଣ୍ଡାୟତ ସମାଜର ବହୁବର୍ଷ ଧରି ସଭାପତି ଥିଲେ ।ତାଙ୍କ ମୃତ୍ୟୁ ଖବର ପାଇ ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିନିଧି କେ ରବୀନ୍ଦ୍ର କୁମାର ପାତ୍ର, ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ,ନାଟେଙ୍ଗା ସରପଞ୍ଚ ତଥା ଆଳିଆ ଖଣ୍ଡାୟତ ସମାଜର ରାଜ୍ୟ ସଭାପତି ପ୍ରହଲ୍ଲାଦ ଲେଙ୍କା ଓ ସମିତି ସଭ୍ୟ ଦେବେନ୍ଦ୍ର ଗୌଡ ଗଭୀର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।
ଶିବରାମଚୌଧୁରୀ
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO