ଜଗନ୍ନାଥପ୍ରସାଦ : କରୋନା ମୁକାବିଲା ଚାଲିଛି କେବଳ ଫାଇନ ଆଦାୟ ରେ । ଦିନରେ ସରକାରୀ ବାବୁମାନେ ଗାଡ଼ିରେ କେବଳ ପଇଁତରା ମାରି କରୋନା ସଂକ୍ରମଣ ରୋକିବାରେ ଆଜି ଅସଫଳତା ମିଳିଥିବା ର ଦେଖିବାକୁ ମିଳିଛି । ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ କାଦୁଆ ହାଟପଦାରେ ସବୁଦିନ ଭଳି ସକାଳ ପଇଁତରା ମାରିବାକୁ ବାହାରିଥିବା ଅତିରିକ୍ତ ତହସିଲଦାର ଙ୍କୁ ଅଟକାଇ ଅନାଶୟରେ ଫେରାଇଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣାକ୍ରମ ରେ ହାଟପଦା ସ୍ଥିତ ଏକ କିରାଣୀ ଦୋକାନୀ ସକାଳ 8ଟା ସମୟରେ ଦୋକାନ ର ଏକ ପାଖ ଖୋଲି ବ୍ୟବସାୟ କରୁଥିଲେ ,ଠିକ ଏହି ସମୟରେ ହଟାତ ସଦଳବଳେ ପହଁଚି ଯାଇଥିଲେ ସରକାରୀ ବାବୁ । ଦୋକାନୀ ଙ୍କୁ 400 ଟଙ୍କା ଫାଇନ ସହ ଦୋକାନ ସିଲ କରିବା ପାଇଁ ଧମକ ମଧ୍ୟ ଦେଇ ରାସ୍ତାରେ ଉଠ ବସ କରାଇଥିଲେ ।ତେବେ ଅଳ୍ପ ଦୂରରେ ଅନ୍ୟ ଏକ ଔଷଧ ଦୋକାନ ରେ ପହଂଛି କାହିଁକି ବ୍ୟାରିକେଟ କରାଯାଇନି କହି ପୁଣି 400 ଟଙ୍କାର ଫାଇନ ରସିଦ କାଟିଥିଲେ । ଠିକ ଏହି ସମୟରେ ସେଠାରେ ପହଂଚି ଯାଇଥିଲେ ଅନ୍ୟ କିଛି ବ୍ୟବସାୟୀ ।
କାହିଁକି ସେହି କିରାଣୀ ଦୋକାନୀ ଓ ଔଷଧ ଦୋକାନୀ ଙ୍କୁ ଅନାଶୟରେ ଫାଇନ କାଟିବା ଓ କୌଣସି କରୋନା ସଂକ୍ରମଣ ନଥାଇ କାହିଁକି କଣ୍ଟେଣ୍ଟମେଣ୍ଟ ଯୋନ ଘୋଷଣା ବଳବତ୍ତ ରଖାଯାଇଛି ନେଇ ପ୍ରଶ୍ନ କରିଥିଲେ । ଅନ୍ୟପକ୍ଷରେ ଦୀର୍ଘ 6 ମାସ ଧରି ଦୋକାନ ବଜାର ବନ୍ଧ ରହିବା ଓ କୋୖଣସି କରୋନା ସଂକ୍ରମଣ ନଥାଇ ମଧ୍ୟ ସରକାରୀ କଟକଣା ଲାଗିରହିଥିବା ବେଳେ ସରକାରୀ ବାବୁଙ୍କ ଏଭଳି ମନମୁଖୀ ଶାସନ କ୍ଷୁଦ୍ର ବ୍ୟବସାୟୀଙ୍କ କ୍ରୋଧ କୁ ଦୁଇଗୁଣିତ କରିଥିଲା ଯାହାଫଳରେ ସରକାରୀ ଗାଡିକୁ ଅଟକାଇ ସରକାରୀ ବାବୁଙ୍କୁ ଆଗକୁ ବଢିବାକୁ ଦେଇନଥିଲେ ବ୍ୟବସାୟୀ । ତେବେ ଅନ୍ୟ କିଛି ଉପାୟ ନ ପାଇ ଘଟଣା ସ୍ଥଳରୁ ପଳାୟନ କରିଥିଲେ ଅତିରିକ୍ତ ତହସିଲଦାର ଓ ସ୍କ୍ୱାର୍ଡ ପାର୍ଟି । ଅନ୍ୟପକ୍ଷରେ ସ୍ଥାନୀୟ ବ୍ୟବସାୟୀ ଙ୍କ ଦ୍ଵାରା ସ୍ଥାନୀୟ ସରପଞ୍ଚ ଙ୍କୁ ଲିଖିତ ଭାବରେ ଗତ ମାସ 28 ତାରିଖରୁ ବଳବତ୍ତର ଥିବା କଣ୍ଟେଣ୍ଟମେଣ୍ଟ ଯୋନ କୁ ଉଠାଇବା ସହ କ୍ଷୁଦ୍ର ବ୍ୟବସାୟୀ ଙ୍କୁ ଦୋକାନ ଖୋଲିବା ପାଇଁ ଅନୁମତି ଦିଆଯାଉ ବୋଲି ଦାବିପତ୍ର ଦେଇଥିଲେ । ଏନେଇ ସ୍ଥାନୀୟ ସରପଞ୍ଚ ଙ୍କୁ ପଚରା ଯିବାରୁ ସେ ଲୋକଙ୍କ ଦାବିପତ୍ର କୁ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଦେଇଥିବା ବେଳେ କଣ୍ଟେନ୍ଟମେଣ୍ଟ ଯୋନ ଘୋଷଣା ଓ ବଳବତ୍ତ ରହିବା ବିଷୟରେ କିଛି ଜାଣିନଥିବା କହିଛନ୍ତି ।ଅନ୍ୟପକ୍ଷରେ ଅତିରିକ୍ତ ତହସିଲଦାର ଘଟଣା ସମ୍ପର୍କରେ ସ୍ଥାନୀୟ ତହସିଲଦାର ଙ୍କୁ ଅବଗତ କରାଇଥିବା କହିଛନ୍ତି ।
ଗଞ୍ଜାମ ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ