
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ଅନେକ ନୀତି ମଧ୍ୟରୁ ଏକ ନୀତି ସପ୍ତପୁରୀ ଅମାବାସ୍ୟା|ଚାରୋଟି ବଡ଼ ବଡ଼ ମାଟିର ପାତ୍ର ଯାହାକୁ ସ୍ଥାନୀୟ ଭାଷାରେ ତାଡ଼ କହନ୍ତି |ଏଥିରେ ମହାପ୍ରଭୁ ଙ୍କୁ ସ୍ୱତନ୍ତ୍ର ପ୍ରକାରର ବ୍ୟଞ୍ଜନ ସପ୍ତପୁରୀ ଭୋଗ ନୀତି ସମ୍ପର୍ଣ୍ଣ କରାଯାଇଛି | ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସହକାରୀ ଜନସମ୍ପର୍କ ଅଧିକାରୀ ଜିତେନ୍ଦ୍ର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ ଗୋପାଳ ବଲ୍ଳଭ ନୀତି ପରେ ସକାଳ ଧୂପ ଭୋଗ ଆୟୋଜନ କରାଯିବା ସହିତ ପରମ୍ପରା ଅନୁସାରେ ସପ୍ତପୁରୀ ଶ୍ରୀମନ୍ଦିର ର ରୋଷଘର ସେବକ ମାନଙ୍କ ଏକ ଶୋଭାଯାତ୍ରା ଘଣ୍ଟ, ଛତା, କାହାଳୀ ସହ ଭୋଗ ୪ ଟି ବିଶେଷ ମାଟି ପାତ୍ର ତାଡ଼ରେ ଶ୍ରୀମନ୍ଦିର ର ରତ୍ନ ସିଂହାସନ ପାଖରେ ଆଣି ରଖା ଯାଇଥିଲା |
ମୁଦିରସ୍ତ ସେବକ ପ୍ରସାଦ ପାଇଁ ଭୋଗ ତିଆରି କରିଥିଲେ |ଯାହାକି ପୂଜା ପଣ୍ଡା ସେବକ ମୋହନୀ କାର୍ଯ୍ୟ କରି ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଜଗନ୍ନାଥ ଓ ସୁଦର୍ଶନ ଙ୍କୁ ସମର୍ପଣ କରାଯାଇଛି |
ଏହି ପାବନ କାର୍ଯ୍ୟ ପରେ ଅନ୍ୟ ନୀତି ଶ୍ରୀମନ୍ଦିରରେ ଆୟୋଜନ କରାଯାଇଥିଲା |ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଅମାବାସ୍ୟା ନାରାୟଣ ସମସ୍ତଙ୍କ ସହିତ ପରମ୍ପରା ଅନୁସାରେ ଶୋଭାଯାତ୍ରାରେ ନିଜ ଶଶୁରଘର ମହୋଦଧି ସମୁଦ୍ର ସ୍ୱର୍ଗଦ୍ୱାର ପାଖରେ ପହଂଚିବା ପରେ ଭଗବାନଙ୍କ ଚରଣ ଧୋଇବା ପରମ୍ପରା ସହିତ ପତ୍ରୀ ନିଯୋଗ ତରଫରୁ ତିଆରି କରାଯାଇଥିବା ବିଶେଷ ପଣା ସମର୍ପଣ କରାଯାଇଥିଲା |ଶ୍ରୀମନ୍ଦିରରୁ ବାହାରିବା ବେଳେ ବାଲିସାହି ଦେଇ ଭଗବାନ ଯାଇ ସମୁଦ୍ର କୂଳରେ ପହଞ୍ଚିଥିଲେ |ଫେରିବା ସମୟରେ ଭଗବାନ ଗୌଡବଡୀ ସାହି, ହରଚଣ୍ଡୀ ସାହି, ମାଣିକର୍ଣ୍ଣିକା ସାହି ଦେଇ ଶ୍ରୀମନ୍ଦିରରେ ପହଞ୍ଚିଥିଲେ |ଫେରିବା ବାଟରେ ବିଭିନ୍ନ ସ୍ଥାନରେ ପଂକ୍ତି ଭୋଗ ଶ୍ରଦ୍ଧାଳୁ ମାନେ ଅର୍ପଣ କରିଥିଲେ |ଭଗବାନଙ୍କ ସହିତ ଯାଇଥିବା ପୂଜାପଣ୍ଡା ସେବକ ସେଠି ଭୋଗ ନାରାୟଣଙ୍କୁ ସମର୍ପଣ କଲେ |ଏହି ପରମ୍ପରାକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଶ୍ରଦ୍ଧାର ସହିତ ଉଚ୍ଛୁକତା ଦେଖିବାକୁ ମିଳିଥିଲା |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO