ଜଗନ୍ନାଥ ପ୍ରସାଦ 19.08.2020କୋରନା ମହାମାରୀ ର ପ୍ରକୋପ ଦାଉ ସାଧୁ ଥିବା ବେଳେ କୋରନା ମହାମାରୀ ବେଳେ ସାରା ଦେଶରେ ଅର୍ଥନୀତି କୁ ବଞ୍ଚାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀ ଏବଂ ଚାଷ ସାମଗ୍ରୀ ର ଉତ୍ପାଦନ ବୃଦ୍ଧି ନିମନ୍ତେ ବିଭିନ୍ନ ଯୋଜନା ଯଥା -କାଳିଆ, ବଳିଆ, ପ୍ରଧାନମନ୍ତ୍ରୀ କୃଷି ନିଧି ଯୋଜନା ପ୍ରଣୟନ କରି ଚାଷୀ ମାନଙ୍କ ଅଭିବୃଦ୍ଧି ପାଇଁ ପ୍ରୟାସ କରିଥିବା ବେଳେ ଗ୍ରାମାଞ୍ଚଳ ଚାଷୀ ମାନେ ୟୁରିଆସାର ଧାର୍ଯ୍ୟ ମୂଲ୍ୟ ଠାରୁ ଉଚ୍ଚା ଦରରେ କିଣି ହତାଶିଆ ହୋଉ ଥିବା ଘଟଣା ଯେପରି (ବୋଝ ଉପରେ ନଳିତା ବିଡା )ଚାଷୀ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ମିଳିଥିବା ଅଭିଯୋଗ ପ୍ରକାରେ ୟୁରିଆ ସାରର ସରକାରୀ ମୂଲ୍ୟ 270ଟଙ୍କା ଥିବା ବେଳେ ବଜାରରେ ବଢ଼ା ଦରରେ ଅର୍ଥାତ 450ରୁ 500ଟଙ୍କା ରେ ବିକ୍ରି କରୁଛନ୍ତି ଏ ନେଇ ଚାଷୀ ମାନେ ଅଭିଯୋଗ କରିଛନ୍ତି l ଏପରି ସେବା ସମବାୟ ସମିତି ଗୁଡିକୁ ସାର ଯୋଗାଣ କରା ଯାଉଥିଲେ ସମିତି ର ସମ୍ପାଦକ ମାନେ ଚାଷୀ ବଦଳରେ ଅନେକା ଅଂଶରେ ବେପାରୀ ମନକୁ ସାର ବିକ୍ରି କରି ମଲା ମାଲ ହୋଉ ଛନ୍ତି ବିଶେଷ ସୂତ୍ର ରୁ ସୂଚନା ହସ୍ତ ଗତ ହଉଛି ସାରର ଅଭାବୀ ବିକ୍ରି ସମ୍ପର୍କରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମିଞ୍ଜ ଙ୍କ ଦୃଷ୍ଟି ଗୋଚର କରିବାରୁ ଘଟଣା ଉପରେ ଦୃଷ୍ଟି ଦେବା ସହ ଅଧିକା ଦର ରେ ବିକ୍ରି କରୁଥିବା ସାର ବେପାରୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯିବ ବୋଲି ସୂଚନା ଦେଇଥିଲେ ସାଧାରଣରେ ବୁଦ୍ଧି ଯିବି ମାନେ ନାପସନ୍ଦ କରିବା ସହ ଲାଭ ଖୋର ବେପାରୀ ମାନଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି l
ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ