
ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ଗୌତମି ଗ୍ରାମ ପଞ୍ଚାୟତରେ ଦିଗପହଣ୍ଡି ଅବକାରୀ ବିଭାଗ ତରଫରୁ ଚଢ଼ଉ କରି ରଂଜିତ ସାହୁଙ୍କୁ ଗିରଫ କରିବା ସହ ୨.୭ ଲିଟର ବିଦେଶୀ ମଦ ଜବତ କରିବା ଜଣାପଡ଼ିଛି। ତା ବିରୁଦ୍ଧରେ ଅବକାରୀ ମାମଲା ନଂ- ୩୨/୧୯- ୨୦ ଅନୁଯାୟୀ ଗିରଫ କରିବା ସହ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି। କିନ୍ତୁ ସେଠାରେ ଜାମିନ ନାମଞ୍ଜୁର ହେବାରୁ ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଅବକାରୀ ବିଭାଗର ସୂଚନା ପ୍ରକାରେ ରଞ୍ଜିତ ଦୀର୍ଘଦିନ ହେଲା ନିଜ ଦୋକାନରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି କରୁଥିଲେ। ଖବର ପାଇ ଅବକାରୀ ଏସଆଇ ଅଭିରାମ ସାହୁ, ଚିକିଟି ଅବକାରୀ ଇନ୍ସପେକ୍ଟର ଲକ୍ଷ୍ମଣ କୁମାର ଷଡଙ୍ଗୀ, ସହ ଅନ୍ୟ କର୍ମଚାରୀ ମାନେ ଚଢ଼ଉ କରିଥିଲେ।ରିପୋର୍ଟ: ପ୍ରଫୁଲ୍ଲ ସାବତ