
ବ୍ରହ୍ମପୁର: ପ୍ରକାଶିତ ହୋଇଥିବା +୨ ବାଣିଜ୍ୟ ବୋର୍ଡ ପରୀକ୍ଷାଫଳରେ ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରରେ ରେକର୍ଡ ସଫଳତା ହାସଲ କରିଛନ୍ତି । କ୍ରମାଗତ ୯ବର୍ଷ ଧରି ଶତପ୍ରତିଶତ ଫଳାଫଳ ରହିଆସୁଅଛି । +୨ ବାଣିଜ୍ୟ ବୋର୍ଡ ପରୀକ୍ଷାଫଳରେ ମହାବିଦ୍ୟାଳୟର ମୋଟ ୧୨୩ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୧୫ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ(୯୩.୪୯%), ୬ ଜଣ ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀରେ (୪.୮୭%) ଏବଂ ୨ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ (୧.୬୨%) ଉତ୍ତୀର୍ଣ୍ଣ ହୋଇଛନ୍ତି । ବିଦ୍ୟାଳୟର ଛାତ୍ର ରାହୁଲ ପ୍ରସନ୍ନ ସାହୁ ପ୍ରଥମ ସ୍ଥାନରେ ୫୬୧ ନମ୍ବର (୯୩.୫%), ଦ୍ୱିତୀୟ ସ୍ଥାନରେ ଏସ୍. ସାଇକ୍ରିଷ୍ନା ପାତ୍ର ୫୫୪ ନମ୍ବର (୯୨.୩୩%), ତୃତୀୟ ସ୍ଥାନରେ ବି.ସ୍ନେହା ରାଣୀ ପାତ୍ର ୫୫୦ ନମ୍ବର (୯୧.୬୬%), ଚତୁର୍ଥ ସ୍ଥାନରେ ଏ.ସଂନ୍ଧ୍ୟାରାଣୀ ୫୪୮ ନମ୍ବର (୯୧.୩୩%), ପଞ୍ଚମ ସ୍ଥାନରେ ମିଳିତ ପ୍ରଗତି ରାଣୀ ହୋତା ଓ ବି.ଭି କ୍ରାନ୍ତି ରୋଷନ ଶର୍ମା ୫୪୫ ନମ୍ବର (୯୦.୮୩%), ଷଷ୍ଠ ସ୍ଥାନରେ ଆଦିତ୍ୟ ତ୍ରିପାଠୀ ୫୪୧ ନମ୍ବର (୯୦.୧୬%)ରଖି ଅନୁଷ୍ଠାନର ଗୌରବ ବଜାୟ ରଖିଛନ୍ତି । ପ୍ରକାଶ ଥାଉ କି ଅନୁଷ୍ଠାନର ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ରାହୁଲ ପ୍ରସନ୍ନ ସାହୁ ୫୬୧ ନମ୍ବର ରଖି ରାଜ୍ୟରେ ତୃତୀୟ ସ୍ଥାନ, ଏସ୍.ସାଇକ୍ରିଷ୍ନା ପାତ୍ର ୫୫୪ ନମ୍ବର ରଖି ରାଜ୍ୟରେ ଷଷ୍ଠ ସ୍ଥାନ, ବି. ସ୍ନେହା ରାଣୀ ପାତ୍ର ୫୫୦ ନମ୍ବର ରଖି ରାଜ୍ୟରେ ୯ମ ସ୍ଥାନ, ଏ. ସନ୍ତୋଷି ପାତ୍ର ୫୪୮ ନମ୍ବର ରଖି ରାଜ୍ୟରେ ଏକାଦଶ ସ୍ଥାନ, ପ୍ରଗତି ରାଣି ହୋତା ଏବଂ ପି.ଭି.କ୍ରାନ୍ତି ରୋସନ ଶର୍ମା ୫୪୫ ନମ୍ବର ରଖି ରାଜ୍ୟରେ ୧୪ଦଶ ସ୍ଥାନ ସେହିପରି ଆଦିତ୍ୟ ପ୍ରସାଦ ତ୍ରିପାଠୀ ୫୪୧ ନମ୍ବର ରଖି ରାଜ୍ୟରେ ୧୮ଦଶ ସ୍ଥାନ ହାସଲ କରି ଅନୁଷ୍ଠାନ ପାଇଁ ଅପୂର୍ବ ସଫଳତା ଆଣିଦେଇଛନ୍ତି ।
ପ୍ରକାଶ ଥାଉ କି, ଚଳିତ ବର୍ଷ ପରୀକ୍ଷା ଦେଇଥିବା ୧୨୩ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୧୧୫ଜଣ ପ୍ରଥମ ଶ୍ରେଣୀରେ, ୬ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୨ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଫଳାଫଳ ଓଡିଶାରେ ସରକାରୀ ଓ ବେସରକାରୀ ସ୍ତରରେ ପୂର୍ବ ସମ୍ମାନକୁ ବଜାଇ ରଖିଛନ୍ତି । ଏହି ବିଦ୍ୟାଳୟର ୫୨ଜଣ ଛାତ୍ରଛାତ୍ରୀ ୫୦୦ ରୁ ଉର୍ଦ୍ଧ୍ୱ ନମ୍ବର, ୬୯ଜଣ ୮୦%ରୁ ଉର୍ଦ୍ଧ୍ୱ ଓ ୧୦୦ଜଣ ୭୦%ରୁ ଉର୍ଦ୍ଧ୍ୱ ନମ୍ବର ରଖିଛନ୍ତି । ଛାତ୍ରଛାତ୍ରୀମାନଙ୍କ ଏହି ରାଜ୍ୟସ୍ତରୀୟ ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ ଶ୍ରୀକାନ୍ତ ମହାପାତ୍ର, ଉପସଭାପତି ଡଃ ହରିକୃଷ୍ଣ ନାୟକ, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦିକା ଇଂ. ଶ୍ରୀମତୀ ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶ୍ରୀ ରବୀନ୍ଦ୍ର ନାଥ ଜେନା, ସଦସ୍ୟ ଶ୍ରୀ ନୀଳକଣ୍ଠ ସାହୁ, ସଦସ୍ୟା ଶ୍ରୀମତୀ ବାସନ୍ତୀ ବେହେରା, ଉପଦେଷ୍ଟା ଶ୍ରୀ ଧର୍ମରାଜ ସାହୁ, ଶ୍ରୀ ନରସିଂହ ଚୌଧୁରୀ, ଶ୍ରୀ ସୁଦର୍ଶନ ପାଢ଼ୀ, ଶ୍ରୀ ହରିକୃଷ୍ଣ ପାଢ଼ୀ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶ୍ରୀ ବି. ଗଜପତି ରାଓ, ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଏସ୍. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO