Related Stories
November 28, 2024
ବ୍ରହ୍ମପୁର:ପୁରୁଷୋତମପୁର ବ୍ଲକ୍ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରତ୍ୟାହାର ନେଇ ଉପଜିଲ୍ଲାପାଳଙ୍କୁ ଭେଟିଲେ ଜନପ୍ରତିନିଧ । ବ୍ଲକ୍ ଅଧ୍ୟକ୍ଷଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ପୁରୁଷୋତମପୁର ବ୍ଲକ୍ ର ଜନ ପ୍ରତିନିଧି ମାନେ ଚାଙ୍ଗୁଡି ପଦର ସମିତି ସଭ୍ୟ ନିର୍ମଳ ସାହୁ ଙ୍କ ନେତୃତ୍ୱରେ ଛତ୍ରପୁର ଉପଜିଲ୍ଲାପାଳଙ୍କୁ ଭେଟି ଅନାସ୍ଥା ପ୍ରସ୍ତାବ ପ୍ରତ୍ୟାହାର ନିମନ୍ତେ ଏକ ଲିଖିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ସେମାନଙ୍କର ଦସ୍ତଖତ ମଧ୍ୟ ପ୍ରଶାସନ ପକ୍ଷରୁ ଯାଂଚ କରାଯାଇଛି । ପ୍ରକାଶ ଥାଉ କି ଯେ ଗତ ୨୦୧୯ ନଭେମ୍ବର ୨୫ ତାରିଖରେ ପୁରୁଷୋତମପୁର ବ୍ଲକ୍ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ବ୍ଲକ୍ ର ୪୦ରୁ ଉର୍ଦ୍ଧ୍ୱ ଜନପ୍ରତିନିଧି ମାନେ ଅନାସ୍ଥ ପ୍ରସ୍ତାବ ଆଣିଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ବାରମ୍ବାର ଗଞ୍ଜାମ ଜିଲ୍ଲାପାଳ ଓ ଛତ୍ରପୁର ଉପଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଓ ଅଧିକାରୀମାନଙ୍କୁ ମଧ୍ୟ ଏହି ପ୍ରତିନିଧି ମାନେ ଭେଟି ଅନୁରୋଧ କରିଥିଲେ । ହେଲେ ଏଥିରେ ମଧ୍ୟ କିଛି ସୁଫଳ ମିଳିନଥିବାରୁ ସେମାନେ ମାନ୍ୟବର ହାଇକୋର୍ଟର ଆଶ୍ରୟ ନେଇଥିଲେ । ଇତି ମଧ୍ୟରେ ୯ ମାସ ବିତି ଯାଇଥିବାରୁ କୌଣସି କାରଣରୁ ଅନାସ୍ଥା ପ୍ରସ୍ତାବ ଗୃହିତ ହୋଇନଥିବାରୁ ଜନପ୍ରତିନିଧି ମାନେ ଆଜି ବାଧ୍ୟ ହୋଇ ଅନାସ୍ଥା ପ୍ରସ୍ତାବକୁ ପ୍ରତ୍ୟାହାର କରିଥିବା ଜଣାପଡ଼ିଛି ।