
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,ସାଂପ୍ରତିକ ପରିସ୍ଥିତିରେ କରୋନା ମହାମାରୀର ଭୟାବହକୁ ଆଖି ଆଗରେ ରଖି ପବିତ୍ର ସଂଗଠନ କୁମାର ଉତ୍ସବ ସମିତି, ଆମ ଓଡିଶା ଏବଂ ମୋତୀଚାନ୍ଦ ବଜାର ବିନାୟକ ସମିତିର ମିଳିତ ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ବଡଦାଣ୍ଡ ସ୍ଥିତ ଡୁଡୁୱାଲା ଧର୍ମଶାଳା ପରିସରରେ ଅନୁଷ୍ଠିତ ହୋଇଯାଇଛି |ଏଥିରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରି ରକ୍ତଦାତାଙ୍କୁ ଭୁୟସୀ ପ୍ରସଂସା କରିଥିଲେ |ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ସେବାୟତ ଗୋପାଳ ଚନ୍ଦ୍ର ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମିତିର ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା ସମସ୍ତଙ୍କୁ ସ୍ୱାଗତ କରିଥିଲେ |ଏହି ଅବସରରେ କରୋନାରେ ଆକ୍ରାନ୍ତ ହୋଇ ଓ ସେଥିରୁ ଆରୋଗ୍ୟ ଲାଭ କରିଥିବା ମଧୁସୂଦନ ଖୁଣ୍ଟିଆ, ଗୋବିନ୍ଦ ଚନ୍ଦ୍ର ଦାଶ ଏବଂ ଯୁଗଳ ଚନ୍ଦ୍ର ସିଂହ୍ନ| ପ୍ରମୁଖ ପ୍ଲାଜମା ଦାନ କରିବାପାଇଁ ଅନୁଷ୍ଠାନ ମଧ୍ୟରେ ନାମ ପଂଜିକୃତ କରିଥିବାରୁ ସେମାନଙ୍କୁ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା |ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ସାଂସ୍କୃତିକ ସଂଗଠକ ଶ୍ୟାମପ୍ରକାଶ ସେନାପତି |
ଏହି କାର୍ଯ୍ୟକ୍ରମରେ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ଦୀପକ କୁମାର ସାହୁ, ସମାଜସେବୀ ଚକ୍ରଧର ମହାପାତ୍ର, ସୁକାନ୍ତ କୁମାର ପଣ୍ଡା, ବେବିନା ବେହେରା, ସନ୍ତୋଷ ମହାନ୍ତି, ଶୁଭଶ୍ରୀ ଜୟସିଂହ, ମାୟାସ୍ମୃତି ଆପଟ, ଦେବାଶିଷ ସିଂ, ମନସ୍ମିତା ସାହୁ, ଗୌରୀ ଶଙ୍କର ସାମନ୍ତରାୟ, ସମୀର କୁମାର ଶତପଥି, ଜ୍ୟୋତିମୟୀ ପଣ୍ଡା, ଗଣେଶ୍ୱର ଦାଶ, ଅଭ୍ୟୁଦୟ ଦାସ, ଗୌତମ ସାହୁ, ସୌମ୍ୟରଞ୍ଜନ ପାତ୍ର, ରାଜା ମହାନ୍ତି, ଅସୀମା ରାଉଳ, କ୍ଷୀରୋଦ ଦାଶ, ଗୌତମ ସାହୁ, ଶୁଭେନ୍ଦୁ ମହାପାତ୍ର, ଅମରେଶ ମହାନ୍ତି, ସୁରଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ |ଶିବିରରେ ତିରିଶ ୟୁନିଟ ରକ୍ତ ସଂଗୃହିତ ହୋଇଥିବାର ସୂଚନା ଦେଇଥିଲେ ସମିତିର ସାଧାରଣ ସମ୍ପାଦକ ସ୍ୱାଧୀନ କୁମାର ପଣ୍ଡା |
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO