କେନ୍ଦ୍ରାପଡା– କେନ୍ଦ୍ରାପଡା ପୈାରାଂଚଳର ସଂଲଗ୍ନ କପାଳେଶ୍ୱର ପଂଚାୟତର କାଳୀ ମନ୍ଦିର ରଣପଡା ପୋଲଠାରୁ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଥିବା ଭିଆଇପି ରୋଡ ମଧ୍ୟରେ ଆଲୋକୀକରଣ କରାଯାଇଛି । ଏହି ଭିଆଇପି ରୋଡ ଏକ ମୁଖ୍ୟ ରାସ୍ତା କରାଯାଇ ଥିବାରୁ ପୂର୍ବରୁ ଡିଭାଇଡରରେ ବିଭିନ୍ନ ଫୁଲଗଛ ଲଗାଯାଇ ସୈାନ୍ଦର୍ଯ୍ୟକରଣ କରାଯାଇଥିଲା । ଏହି ଡିଭାଇଡରରେ ୩୫ଟି ଉଜ୍ଜ୍ୱଳ ଆଲୋକ ଲଗାଯାଇ ପ୍ରାୟ ୮୦୦ ମିଟର ରାସ୍ତାକୁ ଆଲୋକୀକରଣ କରାଯାଇଛି । ସହର ମଧ୍ୟକୁ ପ୍ରବେଶ ଓ ସହରରୁ କଟକ ପଟ୍ଟାମୁଣ୍ଡାଇ ରାସ୍ତାକୁ ଯାତାୟତ ପାଇଁ ଏହା ମୁଖ୍ୟ ସଡ଼କ ଥିବାରୁ ଆଲୋକୀକରଣ କରାଯିବା ଫଳରେ ଜନ ସାଧାରଣଙ୍କ ଯାତାୟତରେ ସୁବିଧା ହୋଇ ପାରିବ ବୋଲି ନିର୍ବାହୀ ଯନ୍ତ୍ରୀ ପ୍ରଦିପ ମହାନ୍ତି, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟନନ୍ଦ ଦାସ ଓ ଜେଇ ପ୍ରସନ୍ନ କୁମାର ସାମଲ ପ୍ରମୁଖ ସୂଚନା ଦେଇଛନ୍ତି ।